ଭୂକମ୍ପରେ ଥରିଲା ପାକିସ୍ତାନ, ରେକ୍ଟର ସ୍କେଲରେ ୪.୬
ସୋମବାର ଦ୍ବିପହର ସମୟରେ ପାକିସ୍ତାନରେ ପୁଣିଥରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହି ଭୂକମ୍ପର ତୀବ୍ରତା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍ସିଏସ୍) ଅନୁଯାୟୀ ରେକ୍ଟର ସ୍କେଲରେ ୪.୬ ଥିବା ଜଣାପଡ଼ିଛି। ଭୂକମ୍ପ ଝଟକାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ଭୂମିକମ୍ପ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ବିଶେଷଜ୍ଞମାନଙ୍କ କହିବାରନୁସାରେ, ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ରହିଲେ ତାହା ମଧ୍ୟମ ବର୍ଗର। କିନ୍ତୁ ଯଦି ଏହା ଜନବସତି ଅଞ୍ଚଳରେ ଆଘାତ କରେ ତେବେ କ୍ଷତି ହେବାର ସମ୍ଭାବନା ଅଧିକ ରହିଛି।












Click it and Unblock the Notifications