ତିନି ଦିନରେ ୩ ଥର ଭୂକମ୍ପରେ ଥରିଲା ତାଜିକିସ୍ତାନ
ପୁଣି ଭୂକମ୍ପରେ ଥରିଲା ତାଜିକିସ୍ତାନ । ତାଜିକିସ୍ତାନ ରେ ଆଜି ୪.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଏହା ଭୂମିର ୧୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଥିଲା । ଗତ ରାତିରେ ପୁଣି ଏହି ଝଟକା ଅନୁଭୂତ ହୋଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରବିବାର ତାଜିକିସ୍ତାନରେ ଆଉ ଦୁଇଟି ଭୂମିକମ୍ପ ରେକର୍ଡ କରାଯାଇଥିଲା । ପ୍ରଥମ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା । ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା । ଦୁଇଟି ଭୂମିକମ୍ପ ଭୂମିରୁ ୧୦ କିଲୋମିଟର ତଳେ ହୋଇଥିଲା ।













Click it and Unblock the Notifications