ପାକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା୪.୪...
ପାକିସ୍ତାନରେ ୪.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇଥିଲେ । ହଠାତ୍ ଭୂମିକମ୍ପ ହେବା ଯୋଗୁଁ ଲୋକମାନେ ଘର ଏବଂ ଅଫିସରୁ ବାହାରକୁ ଦୌଡିଥିଲେ । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିମି ଗଭୀରତାରେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଏଯାଏଁ କିଛି କ୍ଷୟକ୍ଷତି ସୂଚନା ମିଳିନାହିଁ । ତେବେ ଲୋକମାନେ ନମାଜ ପଢୁଥିବା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନମାଜ ପଢୁଥିବା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ପାକିସ୍ତାନରେ ଗତ କିଛି ଦିନ ଭିତରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ବିଶେଷ ଭାବେ ଖୈବର ପଙ୍ଖତୁନଖ୍ବା ଏବଂ ବଲୁଚିସ୍ତାନର ପାହାଡ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହେଉଛି ।












Click it and Unblock the Notifications