ଭାରତର ପଡୋଶୀ ଦେଶ ଆଫଗାନିସ୍ତାନରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ
ଆଫଗାନିସ୍ତାନରେ ପୁଣି ଭୂକମ୍ପର ଝଟକା ଅନୁଭୂତ । ଭାରତୀୟ ସମୟାନୁସାରେ ସକାଳ ୮.୫୪ମିନିଟରେ ହୋଇଥିଲା । ଭୂମିକମ୍ପର ତୀବ୍ରତା ୪.୨ ଥିଲା । NCSଏହାର ସୂଚନା ଦେଇଛି । ସୂଚନାନୁଯାୟୀ, ଆଜି ସକାଳେ ତିବ୍ଦତ, ବଙ୍ଗୋପସାଗର ଏବଂ ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ତିବ୍ଦତରେ ଭୂକମ୍ପର ତୀବ୍ରତା ୩.୮ ହୋଇଥିବାବେଳେ ବଙ୍ଗୋପସାଗରରେ ୪.୫ ତୀବ୍ରତା ଅନୁଭୂତ ହୋଇଥିଲା ଏବଂ ମିଆଁମାରରେ ୩.୯ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫଳରେ ସ୍ଥାନୀୟ ଲୋକେ ସବୁ ଘରୁ ବାହାରକୁ ଚାଲି ଯାଇଥିଲେ । କିଛି ସମୟ ପର୍ଯ୍ୟନ୍ତ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତିର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ ।












Click it and Unblock the Notifications