ମିଆଁମାରରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
ଭାରତ ପଡୋଶୀ ଦେଶ ଆଫଗାନିସ୍ତାନରେ ପୁଣି ଭୂକମ୍ପର ଝଟକା ଅନୁଭୂତ । ମିଆଁମାରରେ ଭୂକମ୍ପର ଝଟକା । ଭୂକମ୍ପର କେନ୍ଦ୍ରସ୍ଥଳ ମାଟି ତଳୁ ୧୦ କିଲୋମିଟର ରହିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୦ ଥିଲା । ଯାହା ଫଳରେ ଘରୁ ସମସ୍ତେ ବାହାରି ଆସିଥିଲେ । ଏଥିରେ କାହାରି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳୁଛି ।

ସୂଚନାନୁଯାୟୀ, ଭାରତୀୟ ସମୟାନୁସାରେ ମିଆଁମାରରେ ଆଜି ଅଧ ରାତି ଅର୍ଥାତ୍ ୧୨.୨୮ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାପରେ ଲୋକମାନେ ଭୟଭୀତ ହୋଇପଡିଥିଲେ । NSC ପକ୍ଷରୁ ଏହାର ଅଧିକ ବିବରଣୀ ଉପରେ ଧ୍ୟାନ ରଖାଯାଇଛି । ଏହା ସହିତ ମଧ୍ୟ ସତର୍କ ଏବଂ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications