ଭୟଙ୍କର ଭୂମିକମ୍ପ,୬.୬ ରିକ୍ଟର ସ୍କେଲ୍ରେ ତୀବ୍ରତାରେ ଥରିଲା କାନାଡ଼ା
ନୂଆଦିଲ୍ଲୀ : ୬.୬ ତୀବ୍ରତାଯୁକ୍ତ ଭୂକମ୍ପରେ ଥରିଲା କାନାଡ଼ା , ଭୂକମ୍ପର ଝଟକା ଲଗାତାର ଆତଙ୍କ ସୃଷ୍ଟି କରୁଛି। ଗୋଟିଏ ପଟେ ଆଷ୍ଟ୍ରୋଏଡ ଧକ୍କା ହେତୁ ବିଶ୍ୱ ଧ୍ୱଂସ ହେବାର ଆଶଙ୍କା ରହିଛି, ଅନ୍ୟ ପଟେ ଭୂକମ୍ପ ଝଟକା ଯୋଗୁଁ ବିପଦ ରହିଛି। ପୁଣି ଥରେ ଏକ ଭୂକମ୍ପ ଘଟିଛି । ଏଥର ଭୂକମ୍ପ କାନାଡାକୁ ଥରାଇ ଦେଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ (ୟୁଏସଜିଏସ) ଭାରତୀୟ ସମୟ ବିଳମ୍ବିତ ରାତିରେ ଘଟିଥିବା ଏହି ଭୂକମ୍ପ ବ୍ରିଟିଶ କଲମ୍ବିଆର ଉପକୂଳବର୍ତ୍ତୀ ସହର ପୋର୍ଟ ମ୍ୟାକନିଲ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।
ପ୍ରଶାନ୍ତ ମହାସାଗରରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ରେକର୍ଡ କରାଯାଇଥିଲା। ଭୂକମ୍ପ ଯୋଗୁ କୌଣସି ଧନଜୀବନ ନଷ୍ଟ ହୋଇ ନ ଥିବା କୁହାଯାଉଛି। ଭୂକମ୍ପ ଯୋଗୁ ଲୋକମାନେ ଭୟରେ ଘରୁ ବାହାରି ଖାଲି ପଡ଼ିଆରେ ଏକାଠି ହୋଇଥିଲେ।

ଏଥି ସହିତ ଆମେରିକାର ଜାତୀୟ ସୁନାମି କେନ୍ଦ୍ର ମଧ୍ୟ ସୁନାମି ଆସିବାର କୌଣସି ବିପଦକୁ ଅସ୍ୱୀକାର କରିଛି। ଲୋକଙ୍କୁ ଆତଙ୍କିତ ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ସହିତ ଭୂକମ୍ପ ଅବା ସୁନାମୀ ନେଇ ଲୋକଙ୍କୁ ଆତଙ୍କିତ କରିବା ଭଳି ବିଭ୍ରାନ୍ତ ଖବର ସୋସିଆଲ ମିଡ଼ିଆରେ ପ୍ରସାର ନ କରିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications