ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲ୍ରେ ତୀବ୍ରତା 5.2
ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ରେକର୍ଡ କରାଯାଇଛି । ତୁର୍କୀର ପିଛା ଛାଡୁନି ଭୂକମ୍ପ- ତୁର୍କୀର ଭୂମି ବାରମ୍ବାର ଥରୁଛି । କେତେବେଳେ ମୃଦୁ ଭୂମିକମ୍ପ ତ କେତେବେଳେ ଭୟଙ୍କର ବନ୍ୟା ତୁର୍କୀକୁ ଧ୍ୱଂସ କରିଦେଇଛି । ତେବେ ଆଜିର ଭୂକମ୍ପ ନେଇ କୌଣସି କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସି ନାହିଁ ।

କାରଣ ତୁର୍କୀ ଆନାଟୋଲିଆନ୍ ପ୍ଲେଟରେ ଅବସ୍ଥିତ, ଯାହା ଆଫ୍ରିକାନ୍ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଫସି ରହିଛି । ଏହି କାରଣରୁ ଏଠାରେ ପ୍ରାୟତଃ ଭୂକମ୍ପୀୟ କାର୍ଯ୍ୟକଳାପ ଘଟେ ।












Click it and Unblock the Notifications