Get Updates
Get notified of breaking news, exclusive insights, and must-see stories!

Earthquake: ତୁର୍କୀରେ ୭.୮ ତୀବ୍ରତାର ବଡ଼ ଧରଣର ଭୂମିକମ୍ପ, ୨୦୦ରୁ ଅଧିକ ମୃତ

ଦକ୍ଷିଣ ତୁର୍କୀରେ ଭୂକମ୍ପ ଯୋଗୁଁ ଅନେକ ଆପାର୍ଟମେଣ୍ଟ ଏବଂ କୋଠା ଭୁଶୁଡି ପଡିଛି ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୮ ରେକର୍ଡ କରାଯାଇଛି । ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ନେଇ ସୂଚନା ରହିଛି ।

Earthquake In Turkiye

Earthquake: ଆଜି ଭୋର ସମୟରେ ତୁର୍କୀରେ ଭୀଷଣ ଭୂମିକମ୍ପ ଅନୁଭୁତ ହୋଇଛି । କିଛି ସେକେଣ୍ତ ପାଇଁ ଥରିଲା ତୁର୍କୀ । ରିକ୍ଟର ସ୍କେଲରେ ଏହାର ତିବ୍ରତା ରହିଛି ୭.୮ । ତୁର୍କୀର ଗାଜିୟାଟେପ୍ ନିକଟରେ ୧୭.୯ କିଲୋମିଟର ଗଭୀରତାରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଛି ।

ଆଜି ଭୋର ପ୍ରାୟ ୪ଟା ୧୭ ମିନିଟରେ ଭୂମିକମ୍ପ ହୋଇଥିବା ନେଇ ସୂଚନା ରହିଛି । ବଡ଼ ଧରଣର କ୍ଷୟକ୍ଷତି ହୋଇଛି । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏପର୍ଯ୍ୟନ୍ତ ୨୦୦ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏଥିସହ ୫୦୦ରୁ ଅଧିକ ଲୋକ ଆହତ ହୋଇଥି ନେଇ ସୂଚନା ରହିଛି । ତୁର୍କୀର ଆଡାନା ସହରରେ ୧୭ ମହଲା ଏବଂ ୧୪ ମହଲା କୋଠା ଭୁଶୁଡି ପଡିଛି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସିରିଆରେ ମଧ୍ୟ ବହୁତ କ୍ଷତି ହୋଇଛି । ଏପର୍ଯ୍ୟନ୍ତ ଏଠାରେ ୪୨ ଜଣଙ୍କର ମୃତ୍ୟୁ ଏବଂ ୨୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଏହାର ତିବ୍ରତା ରହିଛି ୭.୮ । ଦକ୍ଷିଣ ତୁର୍କୀରେ ଏହି ଭୂକମ୍ପ ହୋଇଛି । ଅନେକ ଆପାର୍ଟମେଣ୍ଟ ଏଠାରେ ଭୁଶୁଡି ପଡିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଅନେକ ବଡ ବଡ ଘର ଭୁଶୁଡି ପଡିବା ଫଳରେ ଏବେ ମଧ୍ୟ ଅନେକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+