Get Updates
Get notified of breaking news, exclusive insights, and must-see stories!

ତୁର୍କୀକୁ ସହାୟତାର ହାତ ବଢାଇଲା ଭାରତ:୨ଟି NDRF ଟିମ୍ ଓ ମେଡିକାଲ ଟିମ୍ ପଠାଗଲା

ଗତକାଲି ବିଳମ୍ବିତ ରାତ୍ରିରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ୨ଟି NDRF ଟିମ୍ ଓ ମେଡିକାଲ ଟିମ୍ ତୁର୍କୀ ଅଭିମୁଖେ ଯାଇଛନ୍ତି । ଏନଡିଆରଏଫ୍ ଟିମର ୧୦୧ ସଦସ୍ୟ ଅଛନ୍ତି ।

Earthquake In Turkiye
Earthquake In Turkiye:ଭୂମିକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢାଇଛି ଭାରତ । ଗତକାଲି ବିଳମ୍ବିତ ରାତ୍ରିରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ୨ଟି NDRF ଟିମ୍ ଓ ମେଡିକାଲ ଟିମ୍ ତୁର୍କୀ ଅଭିମୁଖେ ଯାଇଛନ୍ତି । ଏନଡିଆରଏଫ୍ ଟିମର ୧୦୧ ସଦସ୍ୟ ଅଛନ୍ତି । ଗୋଟିଏ ଟିମ୍ ୟୁପି ଗାଜିଆବାଦର ଏବଂ ଅନ୍ୟ ଏକ ଟିମ୍ କୋଲକତାରୁ ଯାଇଥିବା ନେଇ ସୂଚନା ରହିଛି । ସେହିପରି ରିଲିଫ୍ ସାମଗ୍ରୀ ଏବଂ ଜରୁରୀକାଳୀନ ଔଷଧ ମଧ୍ୟ ଭାରତ ସରକାରଙ୍କ ତରଫରୁ ପଠାଯାଇଛି ।

ଭୂମିକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢାଇଛି ଭାରତ

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନ ଜ୍ଞାପନ କରିଛନ୍ତି ଏବଂ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦିଆଯିବ ବୋଲି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଏହା ଜଣାଇଛନ୍ତି ଯେ ତୁର୍କୀ ସହ ଭାରତ ଦୃଢତାର ସହ ଛିଡା ହୋଇଛି । ଯଥା ସମ୍ଭବ ଭାରତ ତୁର୍କୀକୁ ସାହାଯ୍ୟ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦୀ । ଅନ୍ୟପକ୍ଷରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛି ତୁର୍କୀ । ଅସୁବିଧା ସମୟରେ ସାଥୀରେ ଛିଡା ହୋଇଥିବା ବ୍ୟକ୍ତି ହିଁ ପ୍ରକୃତ ବନ୍ଧୁ ବୋଲି କହିଛି ତୁର୍କୀ । ଭାରତ ପରି ବିଶ୍ୱର ଅନେକ ଦେଶ ଏହି ପରିସ୍ଥିତିରେ ତୁର୍କୀ ଏବଂ ସିରିଆକୁ ସହାୟତାର ହାତ ବଢାଇଛନ୍ତି ।

ତିନି ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି

ବର୍ତ୍ତମାନ ତୁର୍କୀ ଏବଂ ସିରିଆ ପ୍ରକୃତିର ପ୍ରକୋପର ସାମ୍ନା କରୁଛି । ତିନି ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତୁର୍କୀ-ସିରିଆରେ ପ୍ରବଳ ଭୂକମ୍ପ ପରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଖବର ଲେଖିବା ସୁଦ୍ଧା ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ତୁର୍କୀ ଏବଂ ସିରିଆରେ ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିପାରେ ବୋଲି ଆଶଙ୍କା କରାଯାଉଛି । ସିରିଆ ଅପେକ୍ଷା ଭୂକମ୍ପରେ ତୁର୍କୀ ଅଧିକ ପ୍ରଭାବିତ ହୋଇଛି । କେବଳ ତୁର୍କୀରେ ୪ ହାଜରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ତୁର୍କୀରେ ୩ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+