ପାପୁଆ ନ୍ୟୁ ଗିନି ଏବଂ ତିବ୍ଦତରେ ଶକ୍ତିଶାଳୀ ଭୂକମ୍ପ, ଆସିପାରେ ସୁନାମୀ

ଅଷ୍ଟ୍ରେଲିଆ: ତିବ୍ଦତ ଏବଂ ଅଷ୍ଟ୍ରେଲିଆ ନିକଟରେ ଅବସ୍ଥିତ ପାପୁଆ ନ୍ୟୁ ଗିନିରେ ସୋମବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ସେହିପରି ଉତ୍ତର-ପଶ୍ଚିମ ପାପୁଆ ନ୍ୟୁ ଗିନି ମଧ୍ୟ ଶକ୍ତିଶାଳୀ ଭୂକମ୍ପରେ ଥରିଲା ।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ସୂଚନା ଅନୁସାରେ, ସୋମବାର ସକାଳେ ପାପୁଆ ନ୍ୟୁ ଗିନିରେ ହୋଇଥିବା ଏହି ଭୂକମ୍ପ ଉପକୂଳବର୍ତ୍ତୀ ଠାରୁ ୯୭ କିଲୋମିଟର ଦୂରରେ ଘଟିଛି । ସ୍ଥାନୀୟ ସମୟ ପ୍ରାୟ ୪ଟା ବେଳେ ଏହି ଭୂକମ୍ପ ହୋଇଛି ।
USGS କହିଛି ଯେ, ଭୂକମ୍ପରେ ସ୍ଥାନୀୟଲୋକଙ୍କ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି, ସୂଚନା ମିଳିଛି ଯେ ଇଣ୍ଡୋନେସିଆ ସୀମାର ପ୍ରାୟ ୧୦୦ କିଲୋମିଟର ପୂର୍ବରେ ଥିବା ପାପୁଆ ନ୍ୟୁ ଗିନି ଦ୍ୱୀପରେ ଏହି ଭୂକମ୍ପ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ତେବେ ଚଳିତ ବର୍ଷ ଫେବ୍ରୁଆରୀରେ ମଧ୍ୟ ଏହି ଅଞ୍ଚଳରେ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା ।
ତେବେ ବର୍ତ୍ତମାନ ବିପଦ ଟଳି ନାହିଁ । ଏହି ଭୂକମ୍ପ ଯୋଗୁଁ ସୁନାମି ହେବାର ଆଶଙ୍କା ମଧ୍ୟ ରହିଛି । ହେଲେ ଏପର୍ଯ୍ୟନ୍ତ କୌଣସି ସୂଚନା ଜାରି କରାଯାଇ ନାହିଁ । ସେହିପରି ଭୂକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ । ହେଲେ ଭୂକମ୍ପ ପାଇଁ ଅନେକ ଘଣ୍ଟା ଧରି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।












Click it and Unblock the Notifications