ନ୍ୟୁଜିଲାଣ୍ତରେ ବାତ୍ୟା ପରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ
ନ୍ୟୁଜିଲାଣ୍ତରେ ବାତ୍ୟା ପରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ ।

New Zealand Earthquake: ବାତ୍ୟା ପରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଅନୁସାରେ ୱେଲିଙ୍ଗଟନରୁ ୭୮ କିଲୋମିଟର ଉତ୍ତର-ପଶ୍ଚମ ଦିଗରେ ଏହି ଭୂକମ୍ପ ଘଟିଛି । ପାରାପାରାମୁ ସହରଠାରୁ ସହରଠାରୁ ୫୦ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ନେଇ ସୂଚନା ରହଛି । ଭୂମିକମ୍ପ ପାଇଁ କୌଣସି ମୃତ୍ୟୁ କିମ୍ବା କିଛି କ୍ଷୟକ୍ଷତି ହୋଇ ନାହିଁ ।
ତୁର୍କୀ-ସିରିଆ ପରେ ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ
ଏକ ସପ୍ତାହରେ ନ୍ୟୁଜିଲ୍ୟାଣ୍ଡରେ ଘୂର୍ଣ୍ଣିବଳୟ "ଗାବ୍ରିଏଲ୍"ର ଆଶଙ୍କା ଭଲ ଲାଗି ରହିଛି । ଏହି ଘୂର୍ଣ୍ଣିବଳୟ ଯୋଗୁଁ ଅନେକ ସହରରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏତେ ଭୟଙ୍କର ହୋଇପଡିଛି ଯେ, ସରକାରଙ୍କର ପକ୍ଷରୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏଠାରେ ୬ଟି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।
ସୂଚନାଥାଉ ଯେ, ସିରିଆ ଓ ତୁର୍କୀରେ ଭୂକମ୍ପର ପାଇଁ ମୃତ୍ୟୁସଂଖ୍ୟା ଏ ପର୍ଯ୍ୟନ୍ତ ୪୧ ହଜାର ଅତିକ୍ରମ କରିଛି । ଗତ ୬ ତାରିଖ ଦିନ ଦୁଇ ଦୁଇ ଥର ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ତୁର୍କୀ । ତୁର୍କୀରେ ଭୂକମ୍ପର ୧୦ ଦିନ ପରେ ନ୍ୟୁଜିଲାଣ୍ତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।












Click it and Unblock the Notifications