Get Updates
Get notified of breaking news, exclusive insights, and must-see stories!

Earthquake In Japan: ତାଇୱାନ ପରେ ଭୂକମ୍ପ ଝଟକାରେ ଥରିଲା ଜାପାନ

Earthquake In Japan: ତାଇୱାନ ପରେ ଭୂକମ୍ପ ଝଟକାରେ ଥରିଲା ଜାପାନ । ରିଚ୍ଟର ସ୍କେଲରେ ଏହାର ତୀବ୍ରତା 6.3ରେ ରେକର୍ଡ କରାଯାଇଛି । ଜାପାନର ହନସୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଚାଇନାରେ ପ୍ରଭାବ ପଡିଥିଲା । ଜାପାନରେ ପୂ୍ର୍ବରୁ ପଡୋଶୀ ଦେଶ ତାଇୱାନରେ 7.5 ମ୍ୟାଗ୍ନିଚ୍ୟୁଡର ବଡ଼ ଭୂକମ୍ପ ହୋଇଥିଲା । ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଶକ୍ତିଶାଳୀ ଭୂକମ୍ପରେ ଲୋକେ ଖୁବ୍ ଭାବିଭିତ ହୋଇ ପଡିଥିଲେ । ଏଥିରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

earthquake

ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ରିପୋର୍ଟ କରିଛି ଯେ ଜାପାନର ହନସୁ ଦ୍ୱୀପର ପୂର୍ବ ଭାଗରେ 6.3 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଜାପାନ 4 ପ୍ରମୁଖ ଦ୍ୱୀପପୁଞ୍ଜରେ ଗଠିତ, ଯେଉଁଥିରେ ହକ୍କାଇଡୋ, ହନସୁ, ଶିକୋକୁ ଏବଂ କ୍ୟୁଶୁ ଅନ୍ତର୍ଭୁକ୍ତ । ଟୋକିଓ ସମେତ ସମସ୍ତ ପ୍ରମୁଖ ସହର ହନସୁରେ ଉପସ୍ଥିତ । ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳର ଗଭୀରତା 32 କିଲୋମିଟର ରହିଛି । ବୁଧବାର ଜାପାନରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ମଧ୍ୟ ପ୍ରାୟ 6 ରେକର୍ଡ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+