ଆମେରିକାର ଆଲାସ୍କାରେ ୭.୪ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ; ସୁନାମୀ ପାଇଁ ଚେତାବନୀ ଜାରି
ଆମେରିକାର ଆଲାସ୍କାରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଛି । ଭୟଙ୍କର ଭୂମିକମ୍ପ ପରେ ସୁନାମୀ ପାଇଁ ଚେତାବନୀ ଜାରି କରାଯାଇଛି ।
ତେବେ ଏ ପର୍ଯ୍ୟନ୍ତ ଭୂକମ୍ପକୁ ନେଇ ହୋଇଥିବା କ୍ଷତି ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପେନିନସୁଲା ଅଞ୍ଚଳରେ ଭୂମିକମ୍ପ ଅନୁଭୂତ । ଭୂମିକମ୍ପର କେନ୍ଦ୍ରସ୍ଥଳ୯.୩ କିମି ତଳେ ରହିଛି । ଆଲାସ୍କା ଭୂକମ୍ପ କେନ୍ଦ୍ର କହିଛି ଯେ ଆଲାସ୍କା ଉପଦ୍ୱୀପ, ଆଲେଟିଆନ୍ ଦ୍ୱୀପପୁଞ୍ଜ ଏବଂ କୁକ୍ ଇନଲେଟ୍ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି।

ଆଲାସ୍କା ଭୂମିକମ୍ପରେ ସକ୍ରିୟ ପ୍ରଶାନ୍ତ ରିଙ୍ଗ ଅଫ୍ ଫାୟାରର ଏକ ଅଂଶ। ମାର୍ଚ୍ଚ 1964 ରେ, ଆଲାସ୍କାରେ 9.2 ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଘଟିଥିଲା, ଯାହା ଉତ୍ତର ଆମେରିକାରେ ରେକର୍ଡ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଥିଲା।
ଏହା ଆଙ୍କୋରେଜ୍କୁ ଧ୍ୱଂସ କରି ସୁନାମି ସୃଷ୍ଟି କରିଥିଲା ଯାହା ଆମେରିକାର ପଶ୍ଚିମ ଉପକୂଳର ଆଲାସ୍କା ଗଲ୍ଫକୁ ଧ୍ୱଂସ କରିଥିଲା। ତେବେ ଭୂମିକମ୍ପ ଓ ସୁନାମି ଯୋଗୁଁ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।












Click it and Unblock the Notifications