ଏହି ଦେଶରେ ଶକ୍ତିଶାଳୀ ଭୂକମ୍ପ ଝଟକା, ଆସିପାରେ ସୁନାମୀ

ଶନିବାର ସକାଳେ ନ୍ୟୁ ବ୍ରିଟେନ ଦ୍ୱୀପର ଉପକୂଳରେ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟୁ ବ୍ରିଟେନ୍ ଦ୍ୱୀପର ଉପକୂଳରେ ଭୂମିକମ୍ପ ପରେ, ପାପୁଆ ନ୍ୟୁ ଗିନି ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। ଏହି ଶକ୍ତିଶାଳୀ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିବା ନେଇ ସୂଚନା ଏବଂ ସ୍ଥାନୀୟ ସମୟ ସକାଳ ୬:୦୪ ସମୟରେ କିମ୍ବେରୁ ପ୍ରାୟ ୧୯୪ କିଲୋମିଟର ଦକ୍ଷିଣ-ପୂର୍ବରେ ଭୂକମ୍ପ ଝଟକା ହୋଇଥିଲା।

Earthquake

ଆମେରିକା ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର କହିଛି, ସୁନାମି ତରଙ୍ଗ ଗୋଟିଏ ରୁ ତିନି ମିଟର ଉଚ୍ଚତାରେ ଆସିବା ସମ୍ଭାବନା ଅଛି। ଏହା ବ୍ୟତୀତ ସୋଲୋମନ ଦ୍ୱୀପରେ ଛୋଟ ସୁନାମି ତରଙ୍ଗ ମଧ୍ୟ ଆସିପାରେ। ସୁନାମି ଚେତାବନୀ ପରେ ନ୍ୟୁ ବ୍ରିଟେନ ଦ୍ୱୀପରେ ୬.୯ ତୀବ୍ରତାର ଭୂମିକମ୍ପ ହେବାର ପ୍ରାୟ ୩୦ ମିନିଟ୍ ପରେ, ସେହି ଅଞ୍ଚଳରେ ଦ୍ୱିତୀୟ ଥର ପାଇଁ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରେକର୍ଡ କରାଯାଇଛି ।

୨୮ ମାର୍ଚ୍ଚ ଦିନ ଭାରତର ପଡ଼ୋଶୀ ଦେଶ ମିଆଁମାରରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଦେଶ ବହୁ କ୍ଷୟକ୍ଷତି ହୋଇଥିଲା । ଏହି ଭୟଙ୍କର ଭୂମିକମ୍ପ ଯୋଗୁଁ ମିଆଁମାରରେ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୩ ହଜାର ଅତିକ୍ରମ କରିଛି, ହଜାର ହଜାର ଲୋକ ଆହତ ହୋଇଛନ୍ତି ଏବଂ ଶହ ଶହ ଲୋକ ଏବେ ବି ନିଖୋଜ ଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+