ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ତିବ୍ରତା ୪.୨
ଆପଗାନିସ୍ତାନରେ ଭୂକମ୍ପ ଅନୁଭୂତ । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରହିଥିଲା । ଭୂମିକମ୍ପ ପରେ ଲୋକଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଦେଇଥିଲା ।ତେବେ ଭୂକମ୍ପ ପରେ ଲୋକମାନେ ଘରୁ ବାହାରକୁ ଆସିଗଲେ । ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଭାଗରେ ଥିବା ବାଘଲାନ ପ୍ରଦେଶ ନିକଟରେ ଥିଲା । ଆଫଗାନ ଭୂତତ୍ତ୍ୱ ବିଭାଗ ଅନୁଯାୟୀ, ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିଲା ।

ଯାହାକୁ ଅଗଭୀର ଭୂମିକମ୍ପ କୁହାଯାଏ । ରାଜଧାନୀ କାବୁଲ, କୁନ୍ଦୁଜ ଏବଂ ତଖାର ସମେତ ଅନେକ ଉତ୍ତର ଏବଂ ପୂର୍ବ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ଝଟକା କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।












Click it and Unblock the Notifications