ଆଫଗାନିସ୍ତାନରେ ଭୂକମ୍ପ ଝଟକା
Earthquake: ଆଫଗାନିସ୍ତାନର ଫୈଜାବାଦରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ଭୂକମ୍ପ ବିଷୟରେ ସୂଚନା ଦିଆଯାଇଛି। ଦକ୍ଷିଣ ପୂର୍ବ ଫୈଜାବାଦ ଠାରୁ ୧୧୬ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି ।

ରିପୋର୍ଟ ଅନୁସାରେ, ସକାଳ ୩.୨୩ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ଗଭୀରତା ୧୨୦ କିଲୋମିଟର ଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇ ନାହିଁ ।












Click it and Unblock the Notifications