ଜୟଶଙ୍କରଙ୍କୁ କାନବେରାରେ ଭବ୍ୟ ସ୍ବାଗତ, ତ୍ରିରଙ୍ଗାରେ ରଙ୍ଗୀନ ପୁରାତନ ପାର୍ଲାମେଣ୍ଟ ହାଉସ
ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ଅଷ୍ଟ୍ରେଲିଆର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଥିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୋମବାର କାନବେରାରେ ପହଞ୍ଚିଛନ୍ତି ।
କାନବେରା: ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ଅଷ୍ଟ୍ରେଲିଆର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଥିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୋମବାର କାନବେରାରେ ପହଞ୍ଚିଛନ୍ତି । କାନବେରା ପହଞ୍ଚିବା ପରେ ତାଙ୍କୁ ତ୍ରିରଙ୍ଗା ରଙ୍ଗରେ ସ୍ବାଗତ କରାଯାଇଥିଲା । ଅଷ୍ଟ୍ରେଲିଆର ପୁରାତନ ପାର୍ଲାମେଣ୍ଟ ହାଉସ ଆମ ଜାତୀୟ ପତାକା ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି । ଯାହାକୁ ଦେଖି ଟ୍ବିଟ କରି ଖୁସି ବ୍ୟକ୍ତି କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ଏନେଇ ଟ୍ବିଟ କରି ଜୟଶଙ୍କର କହିଛନ୍ତି, ''ତ୍ରିରଙ୍ଗା ସ୍ବାଗତ ପାଇଁ କାନବେରାରେ ପହଞ୍ଚିଛି । ଅଷ୍ଟ୍ରେଲିଆର ପୁରାତନ ସଂସଦ ଭବନ ଆମ ଜାତୀୟ ପତାକା ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଥିବା ଦେଖି ମୁଁ ବହୁତ ଖୁସି ।''
Arrived in Canberra to a Tiranga welcome.
So happy to see the old Parliament house of Australia in our national colors. pic.twitter.com/vl6Ui3if8K
— Dr. S. Jaishankar (@DrSJaishankar) October 9, 2022
ଜୟଶଙ୍କର ତାଙ୍କ ପ୍ରତିପକ୍ଷ ପେନି ୱଙ୍ଗଙ୍କ ସହ 13 ତମ ବୈଦେଶିକ ମନ୍ତ୍ରୀ ଫ୍ରେମୱାର୍କ ଡାଇଲଗ୍ ଆୟୋଜନ କରିବେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଅଷ୍ଟ୍ରେଲୀୟ ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସଙ୍କୁ ଭେଟିବେ। ଚଳିତ ବର୍ଷ ଏହା ତାଙ୍କ ଦ୍ବିତୀୟ ଅଷ୍ଟ୍ରେଲିଆ ଗସ୍ତ । ଚଳିଚ ବର୍ଷ ଫେବୃଆରୀରେ ମେଲବୋର୍ଣ୍ଣରେ ପ୍ରଥମ ଥର କ୍ବାର୍ଡ ବୈଦେଶିକ ସମ୍ମିଳନୀରେ ଯୋଗ ଦେବାକୁ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ ।












Click it and Unblock the Notifications