550 ସନ୍ତାନର ପିତା ହେଲେଣି ଏହି ସ୍ପର୍ମ ଡୋନର: ଏବେ କୋର୍ଟଙ୍କ କଡା ନିର୍ଦ୍ଦେଶ, ସଂଖ୍ୟା ଆଉ ବଢିଲେ ଗଣିବେ ଜରିମାନା

Sperm Donor Jonathan Meijer: ଆଜି-କାଲିର ମର୍ଡନ ଯୁଗରେ ସ୍ପର୍ମ ଡୋନେଟ୍ ଓ ସରୋଗେସି ମାଧ୍ୟମରେ ପିତାମାତା ହେବା ସାଧରଣ କଥା ହୋଇଗଲାଣି । ବିଦେଶରେ ଏହାର ପ୍ରୟୋଗ ଅଧିକାଂଶ ସମୟରେ ହେଉଥିବା ବେଳେ ଭାରତରେ ମଧ୍ୟ ଅନେକ ଦମ୍ପତ୍ତି ତଥା ସେଲିବ୍ରେଟିମାନେ ଏହି ମାଧ୍ୟମ ଆପଣେଇଲେଣି ।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ନେଦରଲ୍ୟାଣ୍ଡସ୍ ର ଜଣେ ବ୍ୟକ୍ତି ଯିଏ କି ଏବେ 550 ସନ୍ତାନର ପିତା ହେଲେଣି । ଅର୍ଥାତ୍ ସେ 550 ଥର ଅଧିକ ଥର ପାଇଁ ନିଜର ସ୍ପର୍ମ ଡୋନେଟ୍ କରି ସାରିଛନ୍ତି । ତାଙ୍କ ନାମ ହେଉଛି ଜୋନାଥନ୍ ମେଜର । ପେସାରେ ସେ ଜଣେ ସଂଙ୍ଗୀତଜ୍ଞ । ଏବେ ସେ କାନାଡାରେ ରହୁଛନ୍ତି । ତେବେ 41 ବର୍ଷିୟ ଜୋନାଥନ୍ ଅତି କମରେ 13 ଟି କ୍ଲିନିକରେ ତାଙ୍କ ଶୁକ୍ରାଣୁ ଦାନ କରିଛନ୍ତି । ସେଥିମଧ୍ୟରୁ 11 ଟି ନେଦରଲ୍ୟାଣ୍ଡରେ ରହିଛି ।

Sperm Donor Jonathan Meijer

ତେବେ ଡଚ୍ ଗାଇଡଲାଇନ ଅନୁଯାୟୀ, ଜଣେ ଶୁକ୍ରାଣୁ ଦାତା ବା ସ୍ପର୍ମ ଡୋନର 12ରୁ ଅଧିକ ମହିଳାଙ୍କୁ ନିଜର ଶୁକ୍ରାଣୁ ଦାନ କରିବା ଉଚିତ୍ ନୁହେଁ । କିମ୍ବା ସେ 25ରୁ ଅଧିକ ପିଲାଙ୍କ ପିତା ନ ହେବା ଆବଶ୍ୟକ । କାରଣ ଏହି ପିଲାମାନଙ୍କ ମଧ୍ୟରେ ଆକସ୍ମିକ ପ୍ରଜନନ ଏବଂ ମାନସିକ ସମସ୍ୟାକୁ ରୋକିବା ପାଇଁ ଏପରି ନିୟମ ଆଣିଛନ୍ତି ଡଚ୍ ସରକାର । ମାତ୍ର ଶୁକ୍ରାଣୁ ଦାନ କରିବା ସମୟରେ କ୍ଲିନିକଗୁଡିକକୁ ଭୁଲ ତଥ୍ୟ ଦେଇଥାନ୍ତି ଜୋନାଥନ୍ ମେଜର । ଯେଉଁ କାରଣ ପାଇଁ ଜୋନାଥନଙ୍କ ଉପରେ ଜଣେ ଡଚ୍ ଦମ୍ପତ୍ତି ଓ 25 ପରିବାରର ପ୍ରତିନିଧିତ୍ୱ କରୁଥିବା ଡୋନର୍କିଣ୍ଡ ଫାଉଣ୍ଡେସନ୍ ଏକ ମାମଲା ଦାୟର କରିଛି ।

ଆବେଦନକାରୀ ମହିଳା କହିଛନ୍ତି ଯେ, ଯଦି ସେ ଜାଣିଥାନ୍ତେ ଯେ, ଜୋଥାନ୍ ପୂର୍ବରୁ 500 ରୁ ଅଧିକ ସନ୍ତାନର ପିତା ହୋଇ ସାରିଛନ୍ତି । ତେବେ ସେ ତାଙ୍କୁ ଆଦୌ ବାଛି ନଥାନ୍ତେ । ତେଣୁ ଜୋଥାନ୍ ଙ୍କ ଶୁକ୍ରାଣୁ ଦାନ ଉପରେ ବ୍ୟାପକ ପ୍ରତିବନ୍ଧକ ଲଗାଇବ ପାଇଁ ସେ କୋର୍ଟରେ ଅପିଲ୍ କରିଛନ୍ତି ।

ଡଚ୍ ସୋସାଇଟି ଅଫ୍ ଅର୍ଥୋପେଡ଼ି ଆଣ୍ଡ ଗାୟନୋଲୋଜି ପ୍ରଥମେ ଜୋନାଥନ୍ ଙ୍କ ବିଷୟରେ 2017 ରେ ଚେତାବନୀ ଦେଇଥିଲା । ଦି ମିରରର ଏକ ରିପୋର୍ଟ ଅନୁଯାୟୀ, ନେଦରଲ୍ୟାଣ୍ଡର 10ଟି କ୍ଲିନିକରେ ଶୁକ୍ରାଣୁ ଦାନ କରିବା ପରେ ଜୋନାଥନ୍ ପ୍ରାୟ 102 ପିଲାଙ୍କ ପିତା ହୋଇଥିଲେ । ଏହା ପରେ ସେ ନେଦରଲ୍ୟାଣ୍ଡରେ କଳା ତାଲିକାଭୁକ୍ତ ହୋଇଥିଲେ । ଏହା ପରେ ଜୋନାଥନ୍ ବିଦେଶରେ ଶୁକ୍ରାଣୁ ଦାନ କରିବା ଆରମ୍ଭ କରିଥିଲେ । ଜୋନାଥନ୍ ଅନେକ ଡଚ୍ ପ୍ରଜନନ କ୍ଲିନିକ୍, ଡେନମାର୍କର ଏକ ସୁବିଧା ଏବଂ ବିଜ୍ଞାପନ ଏବଂ ଅନଲାଇନ୍ ଫୋରମ୍ ମାଧ୍ୟମରେ ତାଙ୍କୁ ଭେଟିଥିବା ଲୋକଙ୍କୁ ଶୁକ୍ରାଣୁ ଦେଇଛନ୍ତି।

ତେବେ ଏହି ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଜୋନାଥନ ଜାଣିଶୁଣି ତାଙ୍କ ଶୁକ୍ରାଣୁ ବ୍ୟବହାର କରିବା ପାଇଁ ପିତାମାତାଙ୍କୁ ମିଥ୍ୟା କହିଛନ୍ତି । ଜୋନାଥନଙ୍କ ଭୁଲ ହେତୁ ଏହି ପିଲାମାନଙ୍କର ଶହ ଶହ ଭାଇ ଓ ଭଉଣୀ ଅଛନ୍ତି । ଯେଉଁମାନେ ଦେଶ ତଥା ବିଦେଶରେ ରହୁଛନ୍ତି । ଯାହା ସେମାନେ ବାଛି ନାହାଁନ୍ତି । ଯାହା ଏହି ପିଲାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । କାରଣ ଭବିଷ୍ୟତରେ ସେମାନଙ୍କର ଏତେ ଭାଇଭଉଣୀ ଥିବା ଜାଣି ସେମାନେ ବିବ୍ରତ ହୋଇପାରନ୍ତି ।

ତେବେ କୋର୍ଟ କଡା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଏହି ଶୁକ୍ରାଣୁ ଡୋନର ନେଟୱାର୍କକୁ ବର୍ତ୍ତମାନ ବନ୍ଦ କରାଯିବା ଉଚିତ୍ । ଯଦି ଶୁକ୍ରାଣୁ ଦାତା ଜୋନାଥନ୍ ଏହି ପ୍ରତିବନ୍ଧକକୁ ଉଲ୍ଲଂଘନ କରନ୍ତି । ତେବେ ତାଙ୍କୁ 100,000 ୟୁରୋ ଜୋରିମାନା ଦେବାକୁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+