ଏହି ଦେଶର ରାଜକୁମାରୀ ଇନଷ୍ଚାଗ୍ରାମରେ ଦେଲେ ଛାଡପତ୍ର
Dubai Princess Divorces: ଇନଷ୍ଚାଗ୍ରାମରେ ଡିଭୋର୍ସ । ଦୁବାଇର ପ୍ରଧାନମନ୍ତ୍ରୀଙ୍କ ଝିଅ ଶେଖ ମାହରା ବିନ୍ତ ମହମ୍ମଦ ବିନ୍ ରସିଦ ଅଲ ମକତୁମ ଇନଷ୍ଟାଗ୍ରାମରେ ନିଜ ସ୍ୱାମୀ ଶେଖ ମାନା ବିନ୍ ମହମ୍ମଦ ବିନ୍ ରସିଦ ବିନ୍ ମାନ ଅଲ ମକତୁରଙ୍କୁ ଛାଡପତ୍ର ଦେଇଥିବା ନେଇ ସୂଚନା ଦେଇଛନ୍ତି । ଝିଅ ସନ୍ତାନକୁ ଜନ୍ମ ଦେବାର ଦୁଇ ମାସ ପରେ ଶେଖ ମାହରା ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି। ଶେଖ ମହାରାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଅନେକ ଲୋକ ରାଜକୁମାରୀଙ୍କୁ ପ୍ରଶଂସା କରୁଛନ୍ତି।

ଶେଖ ମାହରା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, 'ପ୍ରିୟ ସ୍ୱାମୀ, ଯେହେତୁ ତୁମେ ଅନ୍ୟ ସାଥିଙ୍କ ସହ ବ୍ୟସ୍ତ ଅଛ, ସେଥିପାଇଁ ମୁଁ ତୁମକୁ ଛାଡପତ୍ର ଦେଉଛି, ମୁଁ ତୁମକୁ ଛାଡପତ୍ର ଦେଉଛି, ମୁଁ ତୁମକୁ ଛାଡପତ୍ର ଦେଉଛି । ଯତ୍ନ ନିଅ ତୁମର ପୂର୍ବ ପତ୍ନୀ। ରାଜକୁମାରୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କିରବାରେ ଲାଗିଛି ଏବଂ ବେଶ୍ ଭାଇରାଲ ହେଉଛି ।
ସେହିପରି ଏହି ଦମ୍ପତି ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଛନ୍ତି ଏବଂ ପରସ୍ପରର ସମସ୍ତ ଫଟୋ ଡିଲେଟ୍ କରିଛନ୍ତି । ତେବେ ଏହି ପୋଷ୍ଟ ଭାଇରାଲ ହେବା ପରେ କିଛି ଲୋକ ଏହା ଅନୁମାନ କରିଥିଲେ ଯେ ଶେଖ ମାହରାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି ।
ବାସ୍ତବରେ ଏହି ଦମ୍ପତି ଗତ ବର୍ଷ ମେ ମାସରେ ବିବାହ କରିଥିଲେ ଏବଂ 12 ମାସ ପରେ, ଶେଖ ମହରା ଏକ ଝିଅକୁ ଜନ୍ମ ଦେଇଥିଲେ । ଯାହା ପରେ ସେ ସୋସିଆଲ ମିଡିଆରେ ନିଜ ଅନୁଭୂତି ସେୟାର କରିଥିଲେ । ଏପରିକି ସେ ତାଙ୍କର ଏବଂ ତାଙ୍କ ଶିଶୁଙ୍କର ଯତ୍ନ ନେଇଥିବାରୁ ଡାକ୍ତରଖାନା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଉକ୍ତ ଫଟୋରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications