ଦୁବାଇରେ ବନ୍ୟା ବିତ୍ପାତ , ପାଣିରେ ଭାସିଲା କାର୍
ଦୁବାଇ : ଦୁବାଇରେ ପ୍ରବଳ ବର୍ଷା ହୋଇ ରାଜରାସ୍ତାରେ ପାଣିର ଲହଡି ଚାଲୁଛି । ଚାରିଆଡ଼େ ପାଣି ହୋଇଥିବା କାରଣରୁ କାରଗୁଡ଼ିକ ପାଣିରେ ବୁଡ଼ି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇର ଏହି ସହର କଥା ଆସିଲେ ମରୁଭୂମିର କଥା ମନକୁ ଆସିଯାଏ । ହେଲେ ଏଠାରେ ବି ଦେଖାଦେଇଛି ବନ୍ୟା ପରିସ୍ଥିିତି, ଯାହାକି ନିହାତି ଭାବେ ଏକ ଆଶ୍ଚର୍ଯ୍ୟଜନକ କଥା ।ରାସ୍ତା ଓ ସପିଂ ମଲରେ ଆଣ୍ଠୁଏ ଉପରେ ପାଣି ଜମା ହୋଇରହିଛି ।
ଦୁବାଇ ସମେତ ବାହାରେନରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଦିନରେ ଏଠାରେ ୧୨୦ ମିଲିମିଟର ବର୍ଷା ହୋଇଛି । ବର୍ଷା ପାଇଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଣି ଜମା ହୋଇଥିବା ଦେଖିବାକୁ ମଧ୍ୟ ମିଳିଛି । ଫଳରେ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । ଅବସ୍ଥା ଏପରି ହୋଇଥିଲା ଯେ ବିମାନବନ୍ଦରକୁ ଆସିବାକୁ ଥିବା ଅନେକ ବିମାନର ଗତିପଥ ବଦଳାଇ ଦିଆଯାଇଛି । ଏୟାରପୋର୍ଟର ରନୱେ ଏବଂ ବିମାନବନ୍ଦର ପାର୍କିଂ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି ।

ପ୍ରବଳ ବର୍ଷା ହେବା କାରଣରୁ ବିମାନ ଉଡ଼ାଣକୁ ନେଇ ମଧ୍ୟ ଆଶଙ୍କ ଲାଗିରହିଛି ବୋଲି ଏକ୍ସରେ ସୂଚନା ଦେଇଛନ୍ତି ଦୁବାଇ ବିମାନ ବନ୍ଦର କର୍ତ୍ତୃପକ୍ଷ । ବିଜୁଳି ଓ ଘଡ଼ଘଡ଼ି ସାଙ୍ଗକୁ ବାଦଲ ଫଟା ବର୍ଷା ୟୁଏଇରେ ତାଣ୍ଡବ ରଚିଛି । ରାତିସାରା ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଦୁବାଇରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି ।
ୟୁଏଇର ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ ନେଇ ଘୋଷଣା ହୋଇଥିବା ବେଳେ ସରକାରୀ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ରାସ୍ତାରେ ପାଣି ଲହଡ଼ି ମାରୁଥିବା ବେଳେ ବାହାରେ ଥିବା ଲୋକଙ୍କ କାର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ସେପଟେ ୟୁଏଇର ପଡ଼ୋଶୀ ଓମାନରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୧୮ ଜଣଙ୍କ ଜୀବନ ଯାଇଥିବା ଖବର ମିଳିଛି ।












Click it and Unblock the Notifications