ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ, ଟାର୍ଗେଟ୍‌ରେ ନେତାନ୍ୟାହୁ

ଜେରୁଜେଲମ: ଥମୁନି ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଯୁଦ୍ଧ। ହେଜବୋଲ୍ଲା ମୁଖ୍ୟ ହସନ ନାସରାଲ୍ଲା ଏବଂ ହମାସ ମୁଖ୍ୟ ସିନଓ୍ବାରଙ୍କ ହତ୍ୟା ପରେ ମଧ୍ୟ ଇସ୍ରାଏଲର ଚିନ୍ତା କମ୍‌ ହେବା ଦେଖାଯାଉନାହିଁ। କାରଣ ହେଜବୋଲ୍ଲା ପୁଣିଥରେ ଶନିବାର ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିଛି। ହାମାସ ମୁଖ୍ୟ ୟାହ୍ୟା ସିନବାରଙ୍କ ମୃତ୍ୟୁର ୭୨ ଘଣ୍ଟା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିବା ନେଇ ଏକ ଖବର ସାମ୍ନାକୁ ଆସିଛି। ଇସ୍ରାଏଲ ସରକାର କହିଛନ୍ତି ଯେ ଶନିବାର ଦିନ ଏକ ଡ୍ରୋନ୍ ନେତାନ୍ୟାହୁଙ୍କ ବାସଭବନକୁ ଟାର୍ଗେଟ କରିଥିଲା। ତେବେ ଏଥିରେ ତାଙ୍କର କୌଣସି କ୍ଷତି ହୋଇନାହିଁ ।

ଏହି ଆକ୍ରମଣ ପରେ ସମଗ୍ର ଇସ୍ରାଏଲରେ ଆତଙ୍କ ଖେଳିଯାଇଛି । ନିଜେ ନେତନ୍ୟାହୁ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ଏବଂ ଅନ୍ୟ କେହି ମୃତାହତ ହୋଇନଥିବା ଜଣାପଡିଛି । କିଏ ଏହି ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହା ଲେବାନନରୁ ଆସିଥିବା ଅନୁମାନ କରାଯାଉଛି। ଆକ୍ରମଣ ସମୟରେ ନେତାନ୍ୟାହୁ ଉପସ୍ଥିତ ଥିଲେ କି ନାହିଁ ତାହା ଇସ୍ରାଏଲ ସେନା ସ୍ପଷ୍ଟ କରିନଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ସ୍ପଷ୍ଟ କରାଯାଇଛି। ଏହି ଘଟଣା ପରେ ସୁରକ୍ଷା ବାହିନୀ ହାଇ ଆଲର୍ଟରେ ରହିଛି। ଏହି ଆକ୍ରମଣ ସଂପର୍କରେ ବିସ୍ତୃତ ବିବରଣୀକୁ ଅପେକ୍ଷା କରାଯାଇଛି।

Benjamin Netanyahu

ଇସ୍ରାଏଲ୍ ସେନା ଅନୁଯାୟୀ, ତିନିଟି ଡ୍ରୋନ୍ ଲେବନାନରୁ ହାଇଫା ଆଡକୁ ଆସିଥିଲା, ସେଥିମଧ୍ୟରୁ କେବଳ ଦୁଇଟି ଚିହ୍ନଟ ହୋଇଥିଲା ଏବଂ ତାକୁ ଅଟକାଯାଇଥିଲା। ତୃତୀୟ ଡ୍ରୋନ୍ଟି କେସରିୟାରେ ଥିବା ଏକ କୋଠା ଉପରେ ମାଡ଼ ହୋଇଥିଲା। ଏହି ବିସ୍ଫୋରଣ ବେଶ୍ ଶକ୍ତିଶାଳୀ ଥିଲା। ତେବେ ଇସ୍ରାଏଲ ସେନା ଡ୍ରୋନ ମାଡ଼ ସମୟରେ ନେତାନ୍ୟାହୁ କେସରିୟାରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ଥିଲେ ନା ନାହିଁ ତାହା ସ୍ପଷ୍ଟ କରି ନାହିଁ। ତେବେ କୁହାଯାଉଛି ଯେ ନେତାନ୍ୟାହୁ ଘରେ ନଥିଲେ। ଲେବନାନ୍ ଉପରେ ଇସ୍ରାଏଲ କରିଥିବା ନିର୍ଦ୍ଦୟ ଆକ୍ରମଣ ଏବଂ ଗାଜାରେ ହୋଇଥିବା ହତ୍ୟାକାଣ୍ଡର ଜବାବରେ ହେଜବୁଲ୍ଲା ନିଜର କାର୍ଯ୍ୟକଳାପକୁ ଆହୁରି ଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଏହି ଆକ୍ରମଣ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+