For Quick Alerts
Turn On Notification  
For Daily Alerts
Oneindia App Download

ବିମାନ ଭିତରେ ନମାଜ ପାଠ, ରୋକିବାରୁ ଯାତ୍ରୀଙ୍କ ହଙ୍ଗାମା

ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ପେଶାୱାରରୁ ଦୁବାଇ ଯାଉଥିବା ବିମାନରେ ହଙ୍ଗାମା କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

|

ଇସଲାମାବାଦ: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିମାନ ଭିତରେ ଯାତ୍ରୀଙ୍କ ଉନ୍ମୁକ୍ତ କାଣ୍ଡ । ପେଶାୱାରରୁ ଦୁବାଇ ଯାଉଥିବା ବିମାନରେ ହଠାତ ନିଜ ସିଟ୍ ରୁ ଉଠି ନମାଜ ପଢିବା ପରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଆଉ ଏହା ଧିରେ ଧିରେ ବଢିବା ପରେ ଯାତ୍ରୀ ବିମାନର ଝରକା କାଚକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ।

flight pak

କିନ୍ତୁ ସେ ସଫଳ ହୋଇପାରିନଥିଲେ । ଯାତ୍ରୀଙ୍କ ଏଭଳି କାଣ୍ଡ ଦେଖି ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ତେବେ ଏହାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବ୍ୟକ୍ତି କିଏ ଏବଂ ସେ କାହିଁକି ଏପରି କଲେ ସେ ବିଷୟରେ ଘଟଣାର ଅନୁସନ୍ଧାନ କରାଯାଉଛି। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଜଣେ ବ୍ୟକ୍ତିଙ୍କୁ କଳା ତାଲିକାଭୁକ୍ତ କରିଛି ।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ପ୍ରଥମେ ଏହି ବ୍ୟକ୍ତି ତାଙ୍କ ଆସନରୁ ଉଠି ତାଙ୍କ ମୁଣ୍ଡରେ ରୁମାଲ ବାନ୍ଧି ତଳେ ଚଟାଣରେ ବସିଛନ୍ତି। ତା'ପରେ ସେ ନମାଜ ପଢିବା ଆରମ୍ଭ କରନ୍ତି । ଏହା ଦେଖିବା ପରେ ବିମାନ କର୍ମଚାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ସେ ତାଙ୍କ କଥା ନଶୁଣି ଚଟାଣରେ ଓଲଟା ଶୋଇବା ସହ ଅସ୍ବାଭାବିକ ବ୍ୟବହାର କରିଥିଲେ । କିନ୍ତୁ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ , ବ୍ୟକ୍ତି ଜଣକ ବୋର୍ଡିଂ ବେଳେ ସଂପୂର୍ଣ୍ଣ ଠିକ ଥିଲେ । ବିମାନ ଭିତରକୁ ଆସିବା ପରେ ତାଙ୍କର ହାବହାବରେ ପରିବର୍ତ୍ତନ ଦେଖାଦେଇଥିଲା । ବିମାନ କର୍ମୀମାନେ କିଛି ସମୟ ଭିତରେ ତାଙ୍କୁ କାବୁକୁ ଆଣିଥିବା ଜଣାପଡିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A dramatic video of a passenger onboard a Pakistan International Airlines (PIA) Peshawar-Dubai PK-283 flight created chaos.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X