ବିମାନ ଭିତରେ ନମାଜ ପାଠ, ରୋକିବାରୁ ଯାତ୍ରୀଙ୍କ ହଙ୍ଗାମା
ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ପେଶାୱାରରୁ ଦୁବାଇ ଯାଉଥିବା ବିମାନରେ ହଙ୍ଗାମା କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଇସଲାମାବାଦ: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିମାନ ଭିତରେ ଯାତ୍ରୀଙ୍କ ଉନ୍ମୁକ୍ତ କାଣ୍ଡ । ପେଶାୱାରରୁ ଦୁବାଇ ଯାଉଥିବା ବିମାନରେ ହଠାତ ନିଜ ସିଟ୍ ରୁ ଉଠି ନମାଜ ପଢିବା ପରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଆଉ ଏହା ଧିରେ ଧିରେ ବଢିବା ପରେ ଯାତ୍ରୀ ବିମାନର ଝରକା କାଚକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ।

କିନ୍ତୁ ସେ ସଫଳ ହୋଇପାରିନଥିଲେ । ଯାତ୍ରୀଙ୍କ ଏଭଳି କାଣ୍ଡ ଦେଖି ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ତେବେ ଏହାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବ୍ୟକ୍ତି କିଏ ଏବଂ ସେ କାହିଁକି ଏପରି କଲେ ସେ ବିଷୟରେ ଘଟଣାର ଅନୁସନ୍ଧାନ କରାଯାଉଛି। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଜଣେ ବ୍ୟକ୍ତିଙ୍କୁ କଳା ତାଲିକାଭୁକ୍ତ କରିଛି ।
#Watch: In a shocking incident, a passenger on a #Pakistan International Airlines (#PIA) #Peshawar to #Dubai flight created chaos midflight when he started kicking the aircraft's window, punching seats, and indulging in a brawl with the flight staff. @odysseuslahori @BushraGohar pic.twitter.com/sW1ILpUz5f
— Mahar Naaz (@naaz_mahar) September 19, 2022
ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ପ୍ରଥମେ ଏହି ବ୍ୟକ୍ତି ତାଙ୍କ ଆସନରୁ ଉଠି ତାଙ୍କ ମୁଣ୍ଡରେ ରୁମାଲ ବାନ୍ଧି ତଳେ ଚଟାଣରେ ବସିଛନ୍ତି। ତା'ପରେ ସେ ନମାଜ ପଢିବା ଆରମ୍ଭ କରନ୍ତି । ଏହା ଦେଖିବା ପରେ ବିମାନ କର୍ମଚାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ସେ ତାଙ୍କ କଥା ନଶୁଣି ଚଟାଣରେ ଓଲଟା ଶୋଇବା ସହ ଅସ୍ବାଭାବିକ ବ୍ୟବହାର କରିଥିଲେ । କିନ୍ତୁ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ , ବ୍ୟକ୍ତି ଜଣକ ବୋର୍ଡିଂ ବେଳେ ସଂପୂର୍ଣ୍ଣ ଠିକ ଥିଲେ । ବିମାନ ଭିତରକୁ ଆସିବା ପରେ ତାଙ୍କର ହାବହାବରେ ପରିବର୍ତ୍ତନ ଦେଖାଦେଇଥିଲା । ବିମାନ କର୍ମୀମାନେ କିଛି ସମୟ ଭିତରେ ତାଙ୍କୁ କାବୁକୁ ଆଣିଥିବା ଜଣାପଡିଛି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications