ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନରେ ୫୧ ମୃତ,୧୮୦ ଆହତ
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଗତ ଅଢେଇ ବର୍ଷ ଧରି ଯୁଦ୍ଧ ଜାରି ରହିଛି । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ । ଉଭୟ ଋଷ ଏବଂ ୟୁକ୍ରେନ କ୍ରମାଗତ ଭାବରେ ପରସ୍ପର ଉପରେ ଘାତକ ଆକ୍ରମଣ କରିଚାଲିଛନ୍ତି । ଏବେ ଋଷ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି । ୟୁକ୍ରେନର ପୋଲଟଭା ପ୍ରଦେଶର ରାଜଧାନୀ ପୋଲଟଭା ସହରରେ ଆଜି ରୁଷ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଋଷ ୟୁକ୍ରେନର ପୋଲଟଭା ଅଂଚଳରେ ଦୁଇଟି କ୍ଷେପଣାସ୍ତ୍ର ମାଡ କରିଛି ।
ଏହି ଆକ୍ରମଣରେ ୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୦ ଜଣ ଆହତ ହୋଇଥିବା ଜଣାଯାଇଛି । ଏହି ଆକ୍ରମଣ ବିଷୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ରୁଷ୍ର କ୍ଷେପଣାସ୍ତ୍ର ମାଡ଼ରେ ଏଯାବତ୍ ୫୧ ଜଣଙ୍କ ମୃତ୍ୟୁ ହୋଇଥିବା ଆମେ ଜାଣିଛୁ।

ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ରାଷ୍ଟ୍ରପତି ଜେଲେନସ୍କି ସମବେଦନା ଜଣାଇଛନ୍ତି। ତେବେ ରୁଷ୍କୁ ଏହି ଆକ୍ରମଣ ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଜେଲେନସ୍କି କହିଛନ୍ତି। ପୂର୍ବରୁ ସାମରିକ ପ୍ରତିଷ୍ଠାନ ଓ ଭିତ୍ତିଭୂମିକୁ ଟାର୍ଗେଟ କରୁଥିବା ରୁଷ ଏବେ ଆବାସିକ ଅଞ୍ଚଳ, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ ମିସାଇଲ ମାଡ଼ କରୁଛି। ଏଥିରେ ସାଧାରଣ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି।
ଆଜି ହୋଇଥିବା ମିସାଇଲ ଆଟାକ ସମ୍ପର୍କରେ ଜେଲେନସ୍କି କହିଛନ୍ତି, "ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁନିକେସନର ଗୋଟିଏ ବିଲଡିଂ ମିସାଇଲ ଆଟାକ ଯୋଗୁ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଉଦ୍ଧାର କରାଯାରଇଛି। ଉଦ୍ଧାର କାର୍ଯ୍ୟରେ ସମସ୍ତ ଜରୁରିକାଳୀନ ଟିମକୁ ମୁତନୟ କରାଯାଇଛି।
ସେହିପରି ଏହା ନିକଟରେ ଥିବା ଗୋଟିଏ ହସ୍ପିଟାଲ ଉପରେ ମଧ୍ୟ ମିସାଇଲ ମାଡ଼ ହୋଇଛି।ଏହା ପୂର୍ବରୁ ରବିବାର ଦିନ ୟୁକ୍ରେନର ଖାର୍କିଭରେ ଋଷ ସେନା ମାରାତ୍ମକ ଆକ୍ରମଣ କରିଥିଲା, ଯେଉଁଥିରେ ୫ ଶିଶୁଙ୍କ ସମେତ ଅତି କମରେ ୪୭ ଜଣଙ୍କର ମୃତ୍ୟୁ ଘଟିଥିଲା।












Click it and Unblock the Notifications