କେତେ କୋଟିର ମାଲିକ ଟ୍ରମ୍ପ?
ନୂଆଦିଲ୍ଲୀ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ୪ ବର୍ଷ ପରେ ପୁଣି ଥରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ଫ । କମଳା ହାରିସ୍ଙ୍କୁ ହରାଇ ବିଜୟଲାଭ କରିଛନ୍ତି ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଆଜି ପ୍ରାରମ୍ଭରୁ ହିଁ କମଳା ହାରିସ୍ଙ୍କୁ ପଛରେ ପକାଇ ଆଗୁଆ ରହିଥିଲେ ଟ୍ରମ୍ପ ।
ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ପୁଣିଥରେ ହ୍ବାଇଟ୍ ହାଉସକୁ ଫେରିବେ ଟ୍ରମ୍ପ । ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ ଦାୟିତ୍ବ ନେବେ ଟ୍ରମ୍ପ। ବିଜୟ ପାଇଁ ମ୍ୟାଜିକ୍ ନମ୍ବର ୨୭୦ ରହିଥିବାବେଳେ ୨୭୭ ଭୋଟ ହାତେଇଛନ୍ତି ଟ୍ରମ୍ପ। ଦେଶବାସୀ ପୁଣି ତାଙ୍କୁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।
ଯଦି ଆମେ ତାଙ୍କ ସମ୍ପତ୍ତି କଥା କହିବା, ତେବେ ତାଙ୍କ ପାଖରେ କୋଟି କୋଟି ଡଲାରର ସମ୍ପତ୍ତି ଅଛି | ରାଜନୀତି ସହିତ ମିଡିଆ ଟେକ୍ନୋଲୋଜିଠାରୁ ଆରମ୍ଭ କରି ରିଏଲ୍ ଇଷ୍ଟେଟ୍ ପର୍ଯ୍ୟନ୍ତ ସୁବଥିରେ ନିବେଶ କରିଛନ୍ତି ଟ୍ରମ୍ପ। ଆସନ୍ତୁ ଜାଣିବା ଟ୍ରମ୍ପଙ୍କ ସମ୍ପତ୍ତି କେତେ?ଡୋନାଲ୍ଡ ଟ୍ରମ୍ପ ଆମେରିକାର ଜଣେ ଧନୀ ନେତା ଭାବରେ ଜଣାଶୁଣା। ଟ୍ରମ୍ପ ୬.୬ ବିଲିୟନରୁ ୭.୭ ବିଲିୟନ ଡଲାରର ମାଲିକ ବୋଲି ଜଣାଯାଇଛି। ବ୍ଲୁମବର୍ଗ ବିଲିୟନାୟାର ଇଣ୍ଡେକ୍ସ ଅନୁଯାୟୀ, ନଭେମ୍ବର ୨୦୨୪ରେ ତାଙ୍କର ମୋଟ ସମ୍ପତ୍ତି ୭.୭ବିଲିୟନ ଡଲାର ବା ପ୍ରାୟ ୬୪,୮୫୫ କୋଟି ଟଙ୍କା ।

ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି, ରିସର୍ଟ ଏବଂ ଗଲ୍ଫ କ୍ଲବରୁ ସେ କୋଟି କୋଟି ଟଙ୍କା ଆୟ କରନ୍ତି। ହ୍ବାଇଟ ହାଉସ ଛାଡିବା ପରେ ଟ୍ରମ୍ପ ରହୁଥିବା ଫ୍ଲୋରିଡା ମହଲର ନାମ ହେଉଛି ମାର-ଏ-ଲାଗୋ। ଏହା ୧୯୨୭ମସିହାରେ ନିର୍ମିତ ହୋଇଥିଲା ଏବଂ ଟ୍ରମ୍ପ ଏହାକୁ ୧୯୮୫ରେ କିଣିଥିଲେ। ଏହି ମହଲ ୨୦ଏକର ଜମିରେ ବ୍ୟାପିଛି | ଏଥିରେ ୫୮ଟି ଶୋଇବା ଘର, ୩୩ ଗାଧୁଆ ଘର, ୧୨ଟି ଫାୟାରପ୍ଲେସ୍, ଏକ ସ୍ପା, ସୁଇମିଂ ପୁଲ୍, ଟେନିସ୍ କୋର୍ଟ ଏବଂ ଗଲ୍ଫ କୋର୍ସ ଅଛି
ବିଜୟ ପରେ ନିଜ ସମର୍ଥକଙ୍କ ପାଖରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଜୟ ଭାଷଣ ଦେଇଛନ୍ତି। 'ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ। ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ପ୍ରତି କୃତଜ୍ଞ। ବିଜୟ ଯାତ୍ରାପଥ ଆଦୌ ସହଜ ନଥିଲା ବୋଲି ଟ୍ରମ୍ପ ନିଜ ଭୋଟର୍ଙ୍କୁ କହିଛନ୍ତି। ଏଥିସହ ପତ୍ନୀ ମେଲାନିଆ ଓ ପରିବାର ସଦସ୍ୟଙ୍କୁ ବି ଧନ୍ୟବାଦ ଦେଇଛନ୍ତି।
ଟ୍ରମ୍ପ ଆହୁରି କହିଛନ୍ତି ଏହା ହେଉଛି ଇତିହାସର ସବୁଠାରୁ ବଡ଼ ରାଜନୈତିକ ମୁହୂର୍ତ୍ତ। ଆମେ ଭୋଟରଙ୍କ ପାଇଁ ସବୁକିଛି ଠିକ୍ କରିବାକୁ ଯାଉଛୁ। ଏହା ଏକ ରାଜନୈତିକ ବିଜୟ। ଏଭଳି ବିଜୟ ଆମେରିକା କେବେ ଦେଖି ନାହିଁ। ୪୭ ତମ ରାଷ୍ଟ୍ରପତି ଭାବରେ ମୁଁ ପ୍ରତିଦିନ ଆପଣଙ୍କ ପାଇଁ ଲଢ଼ିବି। ଆମେରିକା ପାଇଁ ଏହା ଏକ ବଡ଼ ବିଜୟ, ଯାହା ଆମେରିକାକୁ ପୁଣି ମହାନ କରିବ।'












Click it and Unblock the Notifications