Big Breaking: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ
Big Breaking: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବେ ଟ୍ରମ୍ପ । ସେ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ ।

2016 ରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ, ଯେତେବେଳେ ସେ ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନଙ୍କୁ ପରାସ୍ତ କରିଥିଲେ ଏବଂ "ଆମେରିକାକୁ ପୁଣିଥରେ ସର୍ବ ଶ୍ରେଷ୍ଠ ବନାଇବା ପାଇଁ" ଶପଥ ନେଇଥିଲେ। ବିଶ୍ୱର କରୋନାଭାଇରସ୍ ମହାମାରୀ ସମୟରେ ସେ 2020 ରେ ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କଠୁ ନିର୍ବାଚନରେ ହାରିଥିଲେ, କିନ୍ତୁ ପ୍ରାୟ ଦୁଇ ବର୍ଷର ଅଭିଯାନ ପରେ ସେ 2024 ରେ ପୁନର୍ବାର ହ୍ୱାଇଟ୍ ହାଉସକୁ ଫେରିଛନ୍ତି ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟ୍ରମ୍ପ, ସେ ଆମେରିକାର ଲୋକଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଆଜି ପୂର୍ବରୁ ଏପରି ଦୃଶ୍ୟ କେବେ ଦେଖି ନ ଥିଲି । ଆମେ ଆମର ସୀମାକୁ ମଜବୁତ କରିବୁ । ଦେଶର ସମସ୍ତ ସମସ୍ୟାର ସମାଧାନ କରିବୁ।












Click it and Unblock the Notifications