ପୁଣି ଜଣେ ଭାରତୀୟଙ୍କ ବଡ ଦାୟିତ୍ଵ ଦେଲେ ଆମେରିକା ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ୍ରେ ଆଉ ଜଣେ ଭରତୀୟଙ୍କ ଏଣ୍ଟ୍ରି ହୋଇଛି। ଭାରତୀୟ ବଂଶୋଦ୍ଭବ ଆମେରିକାର ଓକିଲ ହରମିତ କେ ଧିଲୋନଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଧିଲୋନଙ୍କୁ ନ୍ୟାୟ ବିଭାଗରେ ଆସିଷ୍ଟାଣ୍ଟ ଆଟର୍ଣ୍ଣି ଜେନେରାଲ ଭାବେ ମନୋନୀତ କରାଯାଇଛି।

ଟ୍ରମ୍ପ ସୋଶିଆଲ ମିଡିଆ ପୋଷ୍ଟରେ ଧିଲୋନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଧିଲୋନ ଫ୍ରି ସ୍ପିଚ୍ ସନ୍ସରସିପ୍ ପାଇଁ ସ୍ୱର ଉତ୍ତୋଳନ କରୁଥିବାବେଳେ ଟେକ୍ କମ୍ପାନୀଗୁଡିକୁ ଟାର୍ଗେଟ୍ କରିଥିଲେ। କେବଳ ଏତିକି ନୁହେଁ, ତାଙ୍କ ସହକର୍ମୀଙ୍କ ବିରୋଧରେ ଭେଦଭାବ କରୁଥିବା ନୀତି ପାଇଁ ସେ କର୍ପୋରେଟ୍ ବିରୋଧରେ ଏକ ଆଇନଗତ ମାମଲା ମଧ୍ୟ ଦାୟର କରିଥିଲେ।
ଟ୍ରମ୍ପ କହିଛନ୍ତି, 'ହରମିତ୍ ଦେଶର ସର୍ବୋଚ୍ଚ ନିର୍ବାଚନ ଆଟର୍ଣ୍ଣିଙ୍କ ମଧ୍ୟରୁ ଅନ୍ୟତମ। ସେ ଶିଖ ସମ୍ପ୍ରଦାୟ ସହିତ ଜଡିତ। ନ୍ୟାୟ ବିଭାଗରେ ତାଙ୍କର ନୂତନ ଭୂମିକା ସହିତ ସେ ସାମ୍ବିଧାନିକ ଅଧିକାରର ସୁରକ୍ଷାକାରୀ ମଧ୍ୟ ହେବେ।' ୧୯୬୯ରେ ଏପ୍ରିଲ ୨ ଚଣ୍ଡିଗଡ଼ରେ ହରମିତ ଧିଲୋନ୍ଙ୍କ ଜନ୍ମ ।












Click it and Unblock the Notifications