ଏହି ପ୍ରକଳ୍ପ ପାଇଁ ଟ୍ରମ୍ପ-ମସ୍କଙ୍କ ମଧ୍ୟରେ ସୃଷ୍ଟି ହେଲା ଫାଟ !

ଟ୍ରମ୍ପ ଏବଂ ମସ୍କଙ୍କ ବନ୍ଧୁତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ପାଇଁ ପ୍ରଚାର ହେଉ ଅବା ପାଣ୍ଠି ସହାୟତା କିମ୍ବା ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦେବା ସବୁକୁ ନେଇ ଦୁହେଁ ଶିରୋନାମାରେ ଅଛନ୍ତି। ମାତ୍ର ଏବେ ୫୦୦ ବିଲିୟନ ଡଲାରର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରକଳ୍ପ ପାଇଁ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ବିଶ୍ବର ସବୁଠୁ ଧନୀ ବ୍ୟବସାୟୀଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଛି। ଏହି ଫାଟ ଟିକେ ଗଭୀର ହୋଇଥିବାରୁ ପୂରଣ ହେବା କଠିନ ବୋଲି କୁହାଯାଉଛି। ଏହି ପ୍ରକଳ୍ପକୁ ନେଇ ଉଭୟଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳିଛି। ଏ ସମ୍ବନ୍ଧରେ ଟ୍ରମ୍ପ କରିଥିବା ଘୋଷଣାକୁ ମସ୍କ ବିରୋଧ କରିଛନ୍ତି।

ସୂଚନା ଅନୁଯାୟୀ ଆମେରିକାକୁ ଏଆଇ କ୍ଷେତ୍ରରେ ଆଗରେ ରଖିବା ପାଇଁ ଟ୍ରମ୍ପ ଗତ ମଙ୍ଗଳବାର ହ୍ବାଇଟ ହାଉସ୍‌ରୁ ୫୦୦ ବିଲିୟନ ଡଲାରର ନିବେଶ ପ୍ରକଳ୍ପ ଘୋଷଣା କରିଥିଲେ। ସେ ଏହି ପ୍ରକଳ୍ପରେ ଟେକ୍‌ ବ୍ୟବସାୟୀଙ୍କୁ ସାମିଲ କରିଥିଲେ। ସଫ୍ଟବ୍ୟାଙ୍କର ସିଇଓ ମାସାୟୋସି ସୋନ୍‌, ଓପନଏଆଇର ସିଇଓ ସାମ୍‌ ଅଲ୍ଟମାନ୍‌, ଏବଂ ଓରାକଲର ଅଧ୍ୟକ୍ଷ ଲେରି ଏରିସନଙ୍କ ସହିତ ଟେକ୍‌ ଜଗତର ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ମିଶି ଟ୍ରମ୍ପ ଏହା ଉପସ୍ଥାପନ କରିଥିଲେ। ଷ୍ଟାରଗେଟ୍‌ ନାମକ ଏହି ପ୍ରକଳ୍ପ ଦ୍ବାରା ଲକ୍ଷେରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଏଆଇ କ୍ଷମତାରେ ଅଗ୍ରଗତି ହେବ ବୋଲି କୁହାଯାଇଛି। ଟେକ୍‌ କ୍ଷେତ୍ରରେ ଚୀନ୍‌ର ପ୍ରଭାବ କମାଇବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ଟ୍ରମ୍ପ ଏହା ଅଧିନରେ ଏଆଇ ଡାଟା ସେଣ୍ଟର ନିର୍ମାଣ କରିବାକୁ ଚାହୁଁଛନ୍ତି।

ଧୁମ୍‌ଧାମରେ ଏହି ପ୍ରକଳ୍ପ ଘୋଷଣା ହୋଇଥିବାବେଳେ ଏବେ ଏହାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ମସ୍କ ଏହାର ସୂତ୍ରଧର ସାଜିଛନ୍ତି। ସେ ଏହି ପ୍ରକଳ୍ପକୁ ନେଇ କୌଣସି ଆଗ୍ରହ ପ୍ରକାଶ କରି ନାହାନ୍ତି। ସେ ଖୋଲାଖୋଲି ଭାବେ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପରେ ସାମିଲ ବ୍ୟବସାୟୀଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି।

Donald Trump Waves Off Criticism From Elon Musk On 500 Billion AI Project

ଟ୍ରମ୍ପ ଗତ ବୁଧବାର ସୋସିଆଲ ମିଡିଆ ପୋଷ୍ଟରେ ପ୍ରକଳ୍ପର ବୈଧତା ଉପରେ ପ୍ରଶ୍ନ ଉଠାଇ ଥିଲେ। ସେମାନଙ୍କ ପାଖରେ ଅର୍ଥ ନ ଥିବା କହିଥିଲେ। ମସ୍କ ଅଭିଯୋଗ କରିଥିଲେ ଯେ ପ୍ରମୁଖ ନିବେଶକ ମଧ୍ୟରୁ ଅନ୍ୟତମ ସଫ୍ଟବ୍ୟାଙ୍କ ପାଖରେ ୧୦ ବିଲିୟନ ଡଲାରରୁ କମ୍‌ ସୁରକ୍ଷିତ ପାଣ୍ଠି ରହିଛି। ନିଜର ପୂର୍ବତନ ସହଯୋଗୀ ତଥା ଓପନଏଆଇର ଅଲ୍ଟମ୍ୟାନଙ୍କୁ ମଧ୍ୟ ମସ୍କ ସମାଲୋଚନା କରିଥିଲେ।

ଟ୍ରମ୍ପ କହିଛନ୍ତି ଯେ ମସ୍କ କ'ଣ କହିଛନ୍ତି ସେ ଜାଣିନାହାନ୍ତି। ମାତ୍ର ଏହି ପ୍ରକଳ୍ପରେ ସରକାର ପୁଞ୍ଜି ନିବେଶ କରୁନାହାନ୍ତି। ଧନୀମାନେ ଅର୍ଥ ବ୍ୟୟ କରୁଛନ୍ତି। ବୋଧେ ବ୍ୟକ୍ତିଗତ କାରଣରୁ ମସ୍କ ଏହି ପ୍ରକଳ୍ପ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି।

ଏହା ଦ୍ବାରା ମୋ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହି ଚୁକ୍ତିରେ ସାମିଲ ଲୋକ ବହୁତ ଚାଲାକ। ଷ୍ଟାରଗେଟ କେବଳ ବାଣିଜ୍ୟିକ ନୁହେଁ, ଏହା ଏକ ଭୂରାଜନୈତିକ ବିବୃତ୍ତି ମଧ୍ୟ। ଦେଶରେ ଏଆଇ ଇନଫ୍ରାର ସମ୍ପ୍ରସାରଣ କରି ଏହି ଜ୍ଞାନକୌଶଳ କ୍ଷେତ୍ରରେ ଆମେରିକାକୁ ଆଗକୁ ନେବା ଏବଂ ଚୀନ୍‌ର ପ୍ରଭୂତ୍ବକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+