Get Updates
Get notified of breaking news, exclusive insights, and must-see stories!

ତୈଳ ଯୋଗାଣରେ ବାଧା ହେଲେ ଆକ୍ରମଣ ତୀବ୍ର ହେବ, ଇରାନକୁ କଡ଼ା ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ୍,

ଇରାନ ଉପରେ ହେବ ଭୟଙ୍କର ଆକ୍ରମଣ । ଜୋରଦାର ଆକ୍ରମଣ ହେବ ବୋଲି ଇରାନକୁ ଚେତାବନୀ ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ । ଗତ ୧୨ ଦିନ ଧରି ଚାଲିଥିବା ଏହି ସଂଘର୍ଷରେ ଇରାନ ଏପର୍ଯ୍ୟନ୍ତ ଆମେରିକା ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଯାଉଛି । ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି ଯେ, 'ଅପରେସନ୍ ଏପିକ୍ ଫ୍ୟୁରୀ' ଅନ୍ତର୍ଗତ ଇରାନ ଉପରେ ସର୍ବାଧିକ ସଂଖ୍ୟାରେ ଫାଇଟର ଜେଟ୍ ଏବଂ ବୋମା ବର୍ଷଣକାରୀ ବିମାନ ଆକ୍ରମଣ ହେବ । ଇରାନର ମିସାଇଲ୍ ଭଣ୍ଡାର, ନୌସେନା ବେସ୍ ଏବଂ ପ୍ରତିରକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଏହି ଆକ୍ରମଣର ଲକ୍ଷ୍ୟ ହେବ ବୋଲି ହେଗସେଥ କହିଛନ୍ତି ।

Donald Trump

ସେପଟେ ଇସ୍ରାଏଲ ସହିତ ହେବାକୁ ଥିବା ମିଳିତ ଅପରେସନରେ ଇରାନ ସମେତ ଦକ୍ଷିଣ ଲେବାନନରେ ଥିବା ହିଜବୁଲ ଆଡ୍ଡା ଉପରେ ମଧ୍ୟ ଭୟଙ୍କର ଏୟାରଷ୍ଟ୍ରାଇକ ହେବ ବୋଲି କୁହାଯାଇଛି । ଗତ ୧୨ ଦିନ ଧରି ଚାଲିଥିବା ଯୁଦ୍ଧରେ ଇରାନର ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ବି ଇରାନ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ଉପରେ ଆକ୍ରମଣ ଜାରି ରଖିଛି । ସେପଟେ ଯଦି ଆମେରିକା ସବୁଠାରୁ ବଡ଼ ଆକ୍ରମଣ କରେ, ତେବେ ମଧ୍ୟପ୍ରାଚ୍ୟ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+