ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର! ଜାଣନ୍ତୁ ଏହି ପୁରସ୍କାର କ'ଣ ଏବଂ ଏହା ନୋବେଲ ପୁରସ୍କାରଠାରୁ କେତେ ଭିନ୍ନ?
ଶେଷ ହେଲା ବହୁ ବର୍ଷର ଅପେକ୍ଷା। କିଛି ମାସ ହେଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶାନ୍ତି ପୁରସ୍କାର ପାଇଁ ନିଜକୁ ଯୋଗ୍ୟ ବୋଲି କହି ଆସୁଥିବା ବେଳେ ଏବେ ତାଙ୍କର ଏହି ଇଚ୍ଛା ପୂରଣ ହୋଇଛି। ନୋବେଲ ଶାନ୍ତି ପୁରସ୍କାର ପାଇବାରୁ ବଞ୍ଚିତ ହେବା ପରେ ଏବେ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫିଫା ଦ୍ବାରା ନୂଆ କରି ଆରମ୍ଭ ହୋଇଥିବା ଶାନ୍ତି ପୁରସ୍କାର ଦିଆଯାଇଛି। "ଲୋକମାନଙ୍କୁ ଏକତ୍ରିତ କରୁଥିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଆଶା ଆଣିଥିବା ବ୍ୟକ୍ତିମାନଙ୍କୁ" ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାର ଆଣିଛି ଫିଫା।
ୱାଶିଂଟନରେ ୨୦୨୬ ବିଶ୍ୱକପ୍ ପାଇଁ ଆନୁଷ୍ଠାନିକ ଡ୍ର ସମାରୋହ ସମୟରେ ଏହି ସମ୍ମାନ ଟ୍ରମ୍ପଙ୍କୁ ପ୍ରଦାନ କରାଯାଇଥିଲା, ଯାହାକୁ ଆମେରିକା; ମେକ୍ସିକୋ ଏବଂ କାନାଡା ସହିତ ମିଳିତ ଭାବରେ ଆୟୋଜନ କରିବ। ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ଉଦଘାଟନୀ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କୁ ପୁରସ୍କାର ପ୍ରଦାନ କରି କହିଥିଲେ। ଏହି ସମୟରେ ସେ ଟ୍ରମ୍ପଙ୍କୁ "ଲୋକଙ୍କ ବିଷୟରେ ଚିନ୍ତା କରୁଥିବା ଜଣେ ନେତା" ବୋଲି ଅଭିହିତ କରିଥିଲେ। ବିଶ୍ୱସାରା ଶାନ୍ତି ଏବଂ ଏକତାକୁ ପ୍ରୋତ୍ସାହିତ କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଇଥିଲା।

ପୁରସ୍କାର ଗ୍ରହଣ କରିବା ପରେ ଟ୍ରମ୍ପ କହିଥିଲେ ଯେ, "ଫିଫା ଶାନ୍ତି ପୁରସ୍କାର ମୋ ଜୀବନର ସବୁଠୁ ବଡ଼ ସମ୍ମାନ"। ଏହି ସମ୍ମାନରେ ସମ୍ମାନିତ ହେବା ପରେ ସେ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ସମେତ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଇଥିଲେ ଏବଂ ଅନ୍ୟ ଦୁଇ ଆୟୋଜକ ରାଷ୍ଟ୍ରର ନେତା କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କୁ ଧନ୍ୟବାଦ ଜଣାଇଥିଲେ।












Click it and Unblock the Notifications