Donald Trump: ଆଜିଠାରୁ ଆମେରିକାରେ ଟ୍ରମ୍ପ ଶାସନ

ଆମେରିକାରେ ଆଜି (ସୋମବାର)ଠାରୁ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ। ଟ୍ରମ୍ପ ସୋମବାର ଦ୍ବିତୀୟ ବାର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ପ୍ରବଳ ଶୀତ ଲହର ଚାଲିଥିବାରୁ ଟ୍ରମ୍ପ ଏକ ଇନ୍‌ଡୋର ଉତ୍ସବରେ ଶପଥଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ପ୍ରମୁଖ ନେତା ଓ ବ୍ୟବସାୟୀ ଯୋଗଦେବେ। ଭାରତ ପକ୍ଷରୁ ଏହି ଉତ୍ସବରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗଦେବେ।

Donald Trump

ଆମେରିକୀୟ ସାମ୍ବିଧାନିକ ପରମ୍ପରା ଅନୁସାରେ, ରାଜଧାନୀ ଓ୍ବାଶିଂଟନ-ଡିସିରେ ଥିବା କ୍ୟାପିଟାଲ୍‌ ବିଲ୍ଡିଂ ସାମ୍ନାରେ ଏହି ଶପଥ ସମାରୋହ ହୋଇଥାଏ । ମାତ୍ର ଚଳିତଥର ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିବ । ତୁଷାରଝଡ ଜନିତ ପ୍ରତିକୂଳ ପାଗ କାରଣରୁ ବାହାରେ ନୁହେଁ ବରଂ କ୍ୟାପିଟାଲ ବିଲ୍ଡିଂ ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରାୟ 40 ବର୍ଷ ପରେ ଆମେରିକା ରାଜନୀତି ଇତିହାସରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିବ । 1885ରେ ତତ୍କାଳୀନ ରାଷ୍ଟ୍ରପତି କୌଣସି କାରଣରୁ ଗୃହ ଭିତରେ ଶପଥ ଗ୍ରହଣ କରିଥିଲେ ।

ଗତବର୍ଷ (2024) ନଭେମ୍ବର 5 ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଡେମୋକ୍ରାଟିକ ଦଳର ପ୍ରାର୍ଥୀ ତଥା ବିଦାୟୀ ଉପରାଷ୍ଟ୍ରପତି କମଲା ହାରିସ ଓ ରିପବ୍ଲିକାନ ଦଳର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏକାଧିକ ନିର୍ବାଚନୀ ସଭାରେ ଟ୍ରମ୍ପଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ମଧ୍ୟ ହୋଇଥିଲା । ଶେଷରେ ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିଲେ ଟ୍ରମ୍ପ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+