ଖୁବ୍ ଶୀଘ୍ର ଟ୍ରମ୍ପ ନେଇପାରନ୍ତି ବଡ଼ ନିଷ୍ପତ୍ତି, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି, ସେ ଆମଦାନୀ ହେଉଥିବା ସେମିକଣ୍ଡକ୍ଟର, ଔଷଧ ଏବଂ ତମ୍ବା ଉପରେ ଶୁଳ୍କ ଘୋଷଣା କରିବାକୁ ଯୋଜନା କରୁଛନ୍ତି। ଔଷଧ ପାଇଁ ଶୁଳ୍କ ହାର ୨୦୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ। ତମ୍ବା ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିବେ, ଯାହାର ଲକ୍ଷ୍ୟ ହେଉଛି ଆମେରିକାରେ ବୈଦ୍ୟୁତିକ ଯାନ, ସାମରିକ ହାର୍ଡୱେୟାର, ପାୱାର ଗ୍ରୀଡ ଏବଂ ଅନେକ ଉପଭୋକ୍ତା ସାମଗ୍ରୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ଧାତୁର ଉତ୍ପାଦନକୁ ପ୍ରୋତ୍ସାହିତ କରିବା।

ହ୍ୱାଇଟ୍ ହାଉସରେ ଏକ କ୍ୟାବିନେଟ ବୈଠକ ପରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, ଯଦି ସେମାନଙ୍କୁ ଦେଶରେ ଔଷଧ ଆଣିବାକୁ ପଡ଼େ, ତେବେ ସେମାନଙ୍କ ଉପରେ ୨୦୦ ପ୍ରତିଶତ ଭଳି ବହୁତ ଉଚ୍ଚ ହାରରେ ଶୁଳ୍କ ଲାଗୁ କରାଯିବ। ଆମେ ସେମାନଙ୍କୁ ସେମାନଙ୍କର କାର୍ଯ୍ୟ ସଂଗଠିତ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଦେବୁ। ସେମାନଙ୍କୁ ଦେଢ଼ ବର୍ଷ ଦିଆଯିବ। ଟ୍ରମ୍ପ ତମ୍ବା ଉପରେ ଶୁଳ୍କ ଘୋଷଣା କରିବାର ଯୋଜନା ବିଷୟରେ କହିଥିଲେ, କିନ୍ତୁ କେବେ ଶୁଳ୍କ ଲାଗୁ ହେବ ତାହା କହି ନଥିଲେ। ସେ କହିଛନ୍ତି, ମୁଁ ଭାବୁଛି ତମ୍ବା ଉପରେ ଶୁଳ୍କ ୫୦ ପ୍ରତିଶତ ହେବ।

Donald Trump

ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ମଙ୍ଗଳବାର ଦିନ ଏକ ସାକ୍ଷାତକାରରେ କହିଛନ୍ତି ଯେ ତମ୍ବା ଉପରେ ଶୁଳ୍କ ଜୁଲାଇ ଶେଷ କିମ୍ବା ଅଗଷ୍ଟ ୧ ସୁଦ୍ଧା କାର୍ଯ୍ୟକାରୀ ହେବ। ତମ୍ବା ନିର୍ମାଣ, ପରିବହନ, ଇଲେକ୍ଟ୍ରୋନିକ୍ସ ଏବଂ ଅନ୍ୟାନ୍ୟ ଅନେକ ଶିଳ୍ପରେ ବ୍ୟବହୃତ ହୁଏ। ଆମେରିକା ପ୍ରତିବର୍ଷ ତାମ୍ବା ଆବଶ୍ୟକତାର ପ୍ରାୟ ଅଧା ଆମଦାନୀ କରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+