Donald Trump shooting: ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ, ଜଣେ ଗିରଫ
ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍ର ଗୋଲ୍ଫ କ୍ଲବରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ।
ସୁରକ୍ଷିତ ଥିବା ନେଇ ବିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଟ୍ରମ୍ପ । ଏନେଇ ତଦନ୍ତ ଆରମ୍ଭ କରିଛନ୍ତି ସିକ୍ରେଟ ସର୍ଭିସ ।
ସୂଚନା ଅନୁସାରେ, ଫ୍ଲୋରିଡାର ୱେଷ୍ଟ ପାମ ବିଚରେ ଥିବା ଟ୍ରମ୍ପ ଇଣ୍ଟରନ୍ୟାସନାଲ ଗଲ୍ଫ କୋର୍ସ ନିକଟରେ ଗୁଳି ବିନିମୟ ହୋଇଥିଲା। ଆମେରିକୀୟ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ କ୍ଲବ ନିକଟରେ ବନ୍ଧୁକ ଧରିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବା ପରେ ଗୁଳି ଚଳାଇଥିଲେ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛି ଏଫବିଆଇ । ସେପଟେ ଏନେଇ ପାଲ୍ ବିଚ୍ କାଉଣ୍ଟିର ଶେରିଫ୍ ରିକ୍ ବ୍ରେଡସା କହିଛନ୍ତି ଯେ ଟ୍ରମ୍ପ୍ ଗଲ୍ଫ କୋର୍ସରେ ଥିବାବେଳେ ଏକ କ୍ଲବରେ ରାଇଫଲ ଦେଖାଇଥିବା ବ୍ୟକ୍ତିଙ୍କ ଉପରେ ଆମେରିକାର ସିକ୍ରେଟ୍ ସର୍ଭିସର ଏଜେଣ୍ଟମାନେ ଗୁଳି ଚଳାଇଥିଲେ। ବ୍ରେଡସା କହିଛନ୍ତି ଯେ ବନ୍ଧୁକଧାରୀ ଟ୍ରମ୍ପଙ୍କ ଠାରୁ ପ୍ରାୟ ୪୦୦ ରୁ ୫୦୦ ମିଟର ଦୂରରେ ଥିଲେ ଏବଂ ଟିକେ ଦୁରରେ ଲୁଚି ରହିଥିଲେ। ତେବେ ଉକ୍ତ ବନ୍ଧୁକଧାରୀଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।

ଏନେଇ ଖବର ମିଳିବା ପରେ ଉପରାଷ୍ଟ୍ରପତି ତଥା ଆମେରିକାର ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ ଟ୍ବିଟ୍ କରି କହିଛନ୍ତି ଯେ, ଟ୍ରମ୍ପ ସୁରକ୍ଷିତ ଥିବା ଜାଣି ମୁଁ ଖୁସି । ଆମେରିକାରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି କମଲା ହାରିସ ।












Click it and Unblock the Notifications