ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପ୍ଙ୍କ ପ୍ରତ୍ୟାଖ୍ୟାନ
ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପ୍ଙ୍କ ପ୍ରତ୍ୟାଖ୍ୟାନ। କୌଣସି ବାଣିଜ୍ୟ ଆଲୋଚନା ଭାରତ ସହ ହେବନି କହିଲେ ଟ୍ରମ୍ପ୍। ଟାରିଫ୍ ବିବାଦର ସମାଧାନ ନହେବା ଯାଏଁ ଆଲୋଚନା ହେବନି ।

ଭାରତୀୟ ଅର୍ଥନୀତି ଉପରେ କ'ଣ ପ୍ରଭାବ ପଡ଼ିବ?
ପୋଷାକ ଓ ରତ୍ନ ଶିଳ୍ପରେ ୪୦-୫୦% ରପ୍ତାନୀ ହ୍ରାସ ହେବ
ଟାରିଫ୍ ଭାରତର ଜିଡିପିକୁ ୧ ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ପହଞ୍ଚାଇପାରେ
ଆମେରିକା ବଜାରରେ ଭାରତୀୟ ସାମଗ୍ରୀ ଅଣ-ପ୍ରତିଯୋଗୀ ହେବ
ଶ୍ରମିକଙ୍କ ଚାକିରି ଓ ନିବେଶ ଉପରେ ପ୍ରଭାବ ପଡ଼ିବ
ବାଂଲାଦେଶ ଓ ଭିଏତନାମ ପରି ଦେଶମାନେ ପ୍ରତିଯୋଗିତାରେ ଆଗରେ ରହିବେ
ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ରପ୍ତାନୀ ଉପରେ ୫୦% ଟାରିଫ ଲାଗୁ କରାଯାଇଛି, ଯାହା ଭାରତୀୟ ଅର୍ଥନୀତି ପାଇଁ ବଡ଼ ଝଟକା । ଏହା ରୁଷିଆରୁ ତୈଳ କ୍ରୟ ଜାରି ରଖିବା ପାଇଁ ଦଣ୍ଡ ସ୍ୱରୂପ ଟ୍ରମ୍ପ ଘୋଷଣା କରିଛନ୍ତି । ସେପଟେ କଂଗ୍ରେସ ସାଂସଦ ରାଜୀବ ଶୁଳ୍କା କହିଛନ୍ତି, ବିଦେଶ ନୀତି ଆମର ଦୁର୍ବଳ ଅଛି, ଶୁଳ୍କ ଲାଗିଲେ ବହୁତ କ୍ଷେତ୍ର ଆମର ପ୍ରଭାବିତ ହେବ ।
ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର ଟ୍ରମ୍ପଙ୍କ ଟାରିଫ ଉପରେ ବୟାନ ରଖିଛନ୍ତି । ଥରୁର କହିଛନ୍ତି, ଯଦି ଆମେରିକା ଆମ ଉପରେ ୫୦% ଶୁଳ୍କ ଲଗାଏ, ତେବେ ଆମକୁ ମଧ୍ୟ ସେମାନଙ୍କ ଉପରେ ୫୦% ଶୁଳ୍କ ଲଗାଇବା ଉଚିତ । କେବଳ ବାଣିଜ୍ୟ କାରଣରୁ ସମ୍ପର୍କକୁ ନଷ୍ଟ କରିବାର ପ୍ରୟାସ କାହିଁକି କରାଯାଉଛି ବୋଲି ଥରୁର ପ୍ରଶ୍ନ କରିଛନ୍ତି ।
ଟ୍ରମ୍ପଙ୍କ ୫୦% ଟାରିଫ ଧମକ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ଼ ଜବାବ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଚାଷୀଙ୍କ ସ୍ୱାର୍ଥରେ କୌଣସି ବୁଝାମଣା କରିବ ନାହିଁ । ନୂଆଦିଲ୍ଲୀରେ ଏମଏସ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ମୋଦୀ କହିଛନ୍ତି, "ଆମ ପାଇଁ କୃଷକଙ୍କ ସ୍ୱାର୍ଥ ସର୍ବୋଚ୍ଚ । ମୁଁ ଜାଣେ ଏହାର ମୂଲ୍ୟ ମୋତେ ବ୍ୟକ୍ତିଗତ ଭାବେ ଦେବାକୁ ପଡ଼ିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ ।" ଟ୍ରମ୍ପ ଗତ ସପ୍ତାହରେ ୨୫% ଟାରିଫ ଘୋଷଣା କରିଥିବା ବେଳେ ବୁଧବାର ଋଷିଆରୁ ତୈଳ କ୍ରୟ ନେଇ ଆଉ ୨୫% ଟାରିଫ ଲଗାଇଛନ୍ତି, ଯାହା ମୋଟ ୫୦% ହୋଇଛି । ବୈଦେଶିକ ମନ୍ତ୍ରଣାଳୟ ଏହାକୁ "ଅତ୍ୟନ୍ତ ଦୁର୍ଭାଗ୍ୟଜନକ" ବୋଲି କହି ଭାରତର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଛି । ଏହି ଟାରିଫ ଭାରତୀୟ କୃଷି ଓ ଏମଏସଏମଇ କ୍ଷେତ୍ରକୁ ପ୍ରଭାବିତ କରିପାରେ ।
ମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା ଓଡ଼ିଶାର ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ଗଭୀର ପ୍ରଭାବ ପକାଇବ। ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ରାଜ୍ୟ ହୋଇଥିବା ବେଳେ, ଏହାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିର ପ୍ରାୟ ୭୦ ପ୍ରତିଶତ ଆମେରିକାକୁ ହୋଇଥାଏ। ବାର୍ଷିକ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ରପ୍ତାନି ମାଧ୍ୟମରେ ଓଡ଼ିଶା ବିଦେଶୀ ମୁଦ୍ରା ଉପାର୍ଜନ କରିଥାଏ। କିନ୍ତୁ, ଏହି ଚଢ଼ା ଶୁଳ୍କ ଯୋଗୁଁ ରପ୍ତାନି ୭୦ ପ୍ରତିଶତ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି, ଯାହା ରାଜ୍ୟର ଚିଙ୍ଗୁଡ଼ି ଚାଷୀ ଓ ରପ୍ତାନିକାରୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।
ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନିର ସିଂହଭାଗ ଆମେରିକା ବଜାର ଉପରେ ନିର୍ଭରଶୀଳ। ଏତେ ଉଚ୍ଚ ଶୁଳ୍କ ଲାଗୁ ହେବା ଫଳରେ ଆମେରିକାରେ ଓଡ଼ିଶାର ଚିଙ୍ଗୁଡ଼ି ପ୍ରତିଯୋଗିତାମୂଳକ ବଜାରରେ ତିଷ୍ଠିବା କଷ୍ଟକର ହେବ। ଟ୍ରମ୍ପ ଇକ୍ୱେଡର ଉପରେ ୧୫ ପ୍ରତିଶତ ଏବଂ ଇଣ୍ଡୋନେସିଆ ଉପରେ ୧୯ ପ୍ରତିଶତ ଶୁଳ୍କ ଲାଗୁ କରିଥିବା ବେଳେ, ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। ଏହି ଶୁଳ୍କ ପାର୍ଥକ୍ୟ ଯୋଗୁଁ ଇକ୍ୱେଡର ଓ ଇଣ୍ଡୋନେସିଆ ଭଳି ପ୍ରତିଯୋଗୀ ଦେଶମାନଙ୍କ ସହ ଓଡ଼ିଶା ଓ ଭାରତର ଚିଙ୍ଗୁଡ଼ି ରପ୍ତାନିକାରୀମାନେ ଆମେରିକା ବଜାରରେ ପ୍ରତିଯୋଗିତା କରିବାରେ ଅସମର୍ଥ ହେବେ। ବଜାର ବିଶ୍ଳେଷକଙ୍କ ମତରେ, ଏହି ଶୁଳ୍କ ଯୋଗୁଁ ଆମେରିକାର ଗ୍ରାହକମାନେ ଓଡ଼ିଶା କିମ୍ବା ଭାରତର ଚିଙ୍ଗୁଡ଼ି କିଣିବାକୁ ଅନିଚ୍ଛୁକ ହେବେ।
ଏହା କେବଳ ରପ୍ତାନିକାରୀଙ୍କୁ ନୁହେଁ, ଓଡ଼ିଶାର ୧୦ ହଜାରରୁ ଅଧିକ ଚିଙ୍ଗୁଡ଼ି ଚାଷୀଙ୍କ ଜୀବିକା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇବ। ଓଡ଼ିଶାରେ ଚିଙ୍ଗୁଡ଼ି ଚାଷ ମୁଖ୍ୟତଃ ରପ୍ତାନି ଉଦ୍ଦେଶ୍ୟରେ କରାଯାଇଥାଏ। ଏହା ସହିତ, ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପରେ କାର୍ଯ୍ୟରତ ହଜାର ହଜାର କର୍ମଚାରୀଙ୍କ ଜୀବିକା ମଧ୍ୟ ପ୍ରଭାବିତ ହେବ। ବଜାର ବିଶ୍ଳେଷକଙ୍କ ମତରେ, ଉଚ୍ଚ ଶୁଳ୍କ ଯୋଗୁଁ ରପ୍ତାନିକାରୀମାନେ ଆମେରିକାରୁ ଅର୍ଡର ଗ୍ରହଣ ବନ୍ଦ କରିଦେଇଛନ୍ତି, କାରଣ ଏତେ ଚଢ଼ା ଶୁଳ୍କରେ ସେଠାରେ ସାମଗ୍ରୀ ବିକ୍ରି କରିବା ଅସମ୍ଭବ।












Click it and Unblock the Notifications