ଗାଜାରେ ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା କହିଲେ ଡୋନାଲ୍ଡ ଟ୍ରମ୍ପ

ଗାଜାରେ ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା କହିଲେ ଡୋନାଲ୍ଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟ ଦେଶ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଘୋଷଣା। ଇଜିପ୍ଟରେ ଟ୍ରମ୍ପଙ୍କ ଉପସ୍ଥିତିରେ ହେବ ଗାଜା ଶାନ୍ତି ଚୁକ୍ତି । ଶାନ୍ତି ଚୁକ୍ତି ସମ୍ମିଳନୀରେ ଭାରତ ସମେତ ୨୦ଟି ଦେଶର ନେତା ଯୋଗଦେବେ। ଚୁକ୍ତି ଅନୁସାରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ଇଜିପ୍ଟ ଗସ୍ତ ପୂର୍ବରୁ ପ୍ରଥମେ ଇସ୍ରାଏଲ ଯିବେ ଟ୍ରମ୍ପ ।

Donald Trump says Hamas-Israel war in Gaza is over

ଗତ ଦୁଇ ବର୍ଷ ଧରି ଗାଜାରେ ଚାଲିଥିବା ସଂଘର୍ଷରେ ଏବେ ବିରାମ ଲାଗିଛି। ଅସ୍ତ୍ରବିରତି କାର୍ଯ୍ୟକାରୀ କରିବା ପ୍ରକ୍ରିୟାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଇଜିପ୍ଟର ଶର୍ମ ଶର୍ମ‌୍-ଅଲ୍‌-ଶେଖ୍‌ରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇଜିପ୍ଟ ରାଷ୍ଟ୍ରପତି ଆବ୍‌ଦେଲ୍ ଫତେହ ଅଲ୍-ସିସି ନିମନ୍ତ୍ରଣ କରିଛନ୍ତି। ତେବେ ଏହି ସମ୍ମିଳନୀରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଭାରତର ପ୍ରତିନିଧିତ୍ୱ କରିବେ। ଏହି ଶିଖର ସମ୍ମିଳନୀରେ ୨୦ରୁ ଅଧିକ ଦେଶର ନେତା ଯୋଗଦେବେ ।

ତେବେ ବୈଠକର ଦିନକ ପୂର୍ବରୁ ଇଜିପ୍ଟର ଶର୍ମ‌୍-ଏଲ୍‌-ଶେଖ୍ ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣାରେ କତରର ତିନି ଜଣ ବରିଷ୍ଠ କୂଟନୀତିଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶର୍ମ‌୍-ଏଲ୍‌-ଶେଖ୍‌ଠାରୁ ୫୦ କିଲୋମିଟର ଦୂରରେ ଘଟିଛି। ଗାଡ଼ିରେ ପାଞ୍ଚ ଜଣ ବରିଷ୍ଠ କୂଟନୀତିଜ୍ଞ ଥିଲେ ଯେଉଁମାନେ ଇସ୍ରାଏଲ-ହମାସ ଶାନ୍ତି ଆଲୋଚନାରେ ମଧ୍ୟସ୍ଥ ଭୂମିକା ନେଉଥିଲେ। ଦୁଇ ଆହତ କୂଟନୀତିଜ୍ଞଙ୍କୁ ଶର୍ମ‌୍-ଏଲ୍‌-ଶେଖ୍ ଅନ୍ତର୍ଜାତୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ପଛରେ ଯୋଜନାବଦ୍ଧ ଷଡ୍‌ଯନ୍ତ୍ର ରହିଛି ବୋଲି ମଧ୍ୟ ଅନେକ ଅଭିଯୋଗ କରିଛନ୍ତି। ଦୁର୍ଘଟଣାର ବିସ୍ତୃତ ଯାଞ୍ଚ ପାଇଁ ଇଜିପ୍ଟ କତରକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଗାଜା ଶାନ୍ତି ପ୍ରସ୍ତାବର ଦ୍ବିତୀୟ ପର୍ଯ୍ୟାୟକୁ ନେଇ ହମାସର ଘୋର ଅସହମତି ଏବେ ଚିନ୍ତା ବଢ଼ାଇଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ର ଭୟାନକ ଆକ୍ରମଣରୁ ଆରମ୍ଭ ହୋଇଥିବା ଏହି ଦୁଇ ବର୍ଷର ଯୁଦ୍ଧକୁ ଶାନ୍ତି ପ୍ରସ୍ତାବ ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଇଛି। ଆଜି ଇସ୍ରାଏଲ ଘୋଷଣା କରିଛି ଯେ ଆମେରିକାର ଅନୁମୋଦନରେ ଆମେ ଗାଜାର ସମସ୍ତ ହମାସ ଟନେଲ୍ ନେଟୱର୍କ ଧ୍ୱଂସ କରିଦେବୁ। ଗାଜାରେ କୌଣସି ଗୋଟିଏ ବି ଟନେଲ୍‌ ରହିବାକୁ ଦିଆଯିବ ନାହିଁ ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। ପଣବନ୍ଦୀଙ୍କ ମୁକ୍ତି ପରେ ହମାସ ବ୍ୟବହାର କରୁଥିବା ସମସ୍ତ ଆତଙ୍କୀ ଟନେଲ ନିଶ୍ଚିହ୍ନ ହୋଇଯିବ ଏବଂ ନିରସ୍ତ୍ରୀକରଣ ଅଭିଯାନ ଆରମ୍ଭ ହେବ ବୋଲି ଇସ୍ରାଏଲ ସେନାମୁଖ୍ୟ କହିଛନ୍ତି।

ସୂଚନାଯୋଗ୍ୟ, ଯୁଦ୍ଧବିରତିର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲୀ ସୈନ୍ୟ ଗାଜାର ବିଭିନ୍ନ ଅଞ୍ଚଳରୁ ଫେରିଛନ୍ତି। ଅନ୍ୟପକ୍ଷରେ ଯୁଦ୍ଧ ଯୋଗୁ ବିସ୍ଥାପିତ ହୋଇଥିବା ହଜାର ହଜାର ଜନତା ଗାଜା ସହରକୁ ଫେରୁଛନ୍ତି। ହମାସର ବରିଷ୍ଠ ଅଧିକାରୀ ହୋସାମ୍ ବଦ୍ରାନ୍ କହିଛନ୍ତି, ଆମେରିକୀୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ଜଟିଳତା ରହିଛି ଏବଂ ଆମେ ସଂପୂର୍ଣ୍ଣ ଅସ୍ତ୍ରତ୍ୟାଗ କରିବାକୁ ପ୍ରସ୍ତୁତ ନୋହୁଁ। ହମାସର ଏହି ଆଭିମୁଖ୍ୟ ଯଦି ଭିନ୍ନ ଦିଗରେ ଯାଏ ତା'ହେଲେ ସମଗ୍ର ପ୍ରକ୍ରିୟା ବିଫଳ ହୋଇଯିବା ଆଶଙ୍କା ମଧ୍ୟ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+