ଯୁଦ୍ଧ ବିମାନରେ ଚୀନର ପତାକା ଲଗାଇ ଋଷ ଉପରେ ବମ ପକାଉ ଆମେରିକା: ଟ୍ରମ୍ପ
ୱାଶିଂଟନ: ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଆମେରିକା ଏହାର ଯୁଦ୍ଧ ବିମାନରେ ଚୀନ୍ର ପତାକା ଲଗାଉ ଏବଂ ଋଷ ଉପରେ ଘନ ଘନ ଆକ୍ରମଣ କରୁ। ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ଅତ୍ୟନ୍ତ ଅଜବ ଗଜବ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏପରିକି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନର ଆମେରିକା ପ୍ରଶାସନକୁ ୟୁକ୍ରେନ ଯୁଦ୍ଧ ପାଇଁ 'ଭୟଭୀତ' ବୋଲି କହିଛନ୍ତି। ୟୁକ୍ରେନ ଯୁଦ୍ଧ ବିଷୟରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ରିପବ୍ଲିକାନ ନ୍ୟାସନାଲ କମିଟିର ଶୀର୍ଷ ପରାମର୍ଶଦାତାଙ୍କ କାର୍ଯ୍ୟକ୍ରମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହିଭଳି ବିବୃତ୍ତି ଦେଇଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକା ଏହାର F-22 ଯୁଦ୍ଧ ବିମାନରେ ଚାଇନାର ପତାକା ଲଗାଇ ଋଷ ଉପରେ ବୋମା ବର୍ଷଣ କରିବା ଉଚିତ, ଏବଂ ତା'ପରେ କୁହାଯିବ ଯେ, ଯେ ଚୀନ୍ ଏହି କାମ କରିଛି। ଡୋନାଲ୍ଡ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, "ଏହା କରିବା ପରେ ଋଷ ଏବଂ ଚୀନ୍ ପରସ୍ପର ସହ ଲଢେଇ ଏବଂ ଆମେ ବସି ଦେଖିବା।" ଟ୍ରମ୍ପ ଏହା କହିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟମାନେ ହସୁଥିବା ଦେଖା ଦେଇଥିଲା। ଏପରିକି ଟ୍ରମ୍ଫ ନିଜେ ମଧ୍ୟ ଏହି ବିବୃତ୍ତି ଦେଇ ହସିବାରେ ଲାଗିଥିଲେ।

ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର ସିନେଟର ଲିଣ୍ଡସେ ଗ୍ରାହାମ ଲାଇଭ ଟେଲିଭିଜନରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହତ୍ୟା ପାଇଁ ଆହ୍ଵାନ ଦେଇଛନ୍ତି। ଫକ୍ସ ନ୍ୟୁଜରେ ଋଷର ରାଷ୍ଟ୍ରପତି ପୁଟିନଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବେଳେ ଋଷ ତାଙ୍କ ବିବୃତ୍ତି ବିଷୟରେ ଆମେରିକାର ସ୍ପଷ୍ଟୀକରଣ ମାଗିଛି। ଆମେରିକାର ସିନେଟର ଲିଣ୍ଡସେ ଗ୍ରାହାମ ଦେଇଥିବା ବିବାଦୀୟ ବିବୃତ୍ତି ସୋସିଆଲ ମିଡିଆରେ ତୀବ୍ର ଭାଇରାଲ ହେବାରେ ଲାଗିଛି। ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ପରିପ୍ରେକ୍ଷୀରେ ନାଟୋକୁ ଡୋନାଲ୍ଡ ଟ୍ରମ୍ପ ଏକ 'ପେପର ଟାଇଗର' ବୋଲି କହିଛନ୍ତି ।












Click it and Unblock the Notifications