ଆତ୍ମସମର୍ପଣ ପରେ ଜାମିନରେ ଗଲେ ଡୋନାଲ୍ଡ ଟ୍ରମ୍ପ : ୨୦୨୦ ନିର୍ବାଚନ ହେରଫେରକୁ ନେଇ ହୋଇଥିଲେ ଗିରଫ

ଆତ୍ମସମର୍ପଣ ପରେ ଜାମିନରେ ଗଲେ ଡୋନାଲ୍ଡ ଟ୍ରମ୍ପ । ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ଫ ଜାମିନ୍‌ରେ ଆସିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ବଦଳାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଜର୍ଜିଆ ଷ୍ଟେଟର ଆଟଲାଣ୍ଟା ଜେଲରେ ତାଙ୍କୁ ହାଜର କରାଯିବା ପରେ ୨ ଲକ୍ଷ ଡଲାର ବଣ୍ଡରେ ଟ୍ରମ୍ଫଙ୍କୁ ଜାମିନରେ ଛଡ଼ାଯାଇଥିବା ଜଣାଯାଇଛି ।

donald_trump

ସୂଚନା ଯୋଗ୍ୟ, ୨୦୨୦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ନେଇ ଅଭିଯୋଗ ପରେ ଆମରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆତ୍ମସମର୍ପଣ କରିଥିଲେ । ନିର୍ବାଚନରେ ହେରଫେର ମାମଲାରେ ଟ୍ରମ୍ପ ଆତ୍ମସମର୍ପଣ କରିଥିଲେ । ଆଟଲାଣ୍ଟାର ଫ୍ଲୁଟୋନ୍ କାଉଣ୍ଟି ଜେଲ୍‌ରେ ଆତ୍ମସମର୍ପଣ । ଜର୍ଜିଆ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ନେଇ ଅଭିଯୋଗ ତାଙ୍କ ଉପରେ ଥିଲା ।

୨୦୨୦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ତାଙ୍କ ବିରୋଧରେ ଲାଗିଛି ୧୩ଟି ଦଫା ଲାଗିଥିବା ବେଳେ ତାଙ୍କୁ ଆଟାଲଂଟା ଫଲଟନ କଟ୍ରିଂ ଜେଲରେ ରଖାଯାଇଥିଲା ।ଟ୍ରମ୍ପଙ୍କ ସହିତ ଆଉ ୧୮ଜଣ ଅଭିଯୁକ୍ତ ଏହି ମାମଲାରେ ରହିଛନ୍ତି । ୧୫ ଅଗଷ୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟରେ ୪୧ଟି ମାମଲା ମଧ୍ୟରୁ ୧୩ଟିରେ ଟ୍ରମ୍ପଙ୍କ ନାଁ ରହିଛି । ଏହି ମାମଲାରେ କୋର୍ଟ ୨୫ ଅଗଷ୍ଟ ସୁଦ୍ଧା ସରେଣ୍ଡର କରିବାକୁ ସମୟ ଦେଇଥିଲେ ।

ଡୋନାଲ୍ଡ ଟ୍ରମ୍ପ ଜର୍ଜିଆରେ ୧୩ଟି ଭିନ୍ନ ଭିନ୍ନ ମାମଲାର ସାମ୍ନା କରୁଛନ୍ତି । ସେପଟେ ଟ୍ରମ୍ପଙ୍କ ସହଯୋଗୀ ମାର୍କ ମିଡୋଜ୍ ଫୁଲଟନ କାଉଁଣ୍ଟିରେ ଆତ୍ମସମର୍ପଣ କରିଛନ୍ତି । କାଉଁଣ୍ଟି ଓ୍ବେବ୍ ସାଇଟ୍ ଅନୁସାରେ ତାଙ୍କୁ ଗିରଫ କରାଯାଇଛି । ଟ୍ରମ୍ପଙ୍କ ବିରୁଦ୍ଧରେ ଲାଗିଥିବା ଚାର୍ଜରେ ତାଙ୍କୁ ୨୦ବର୍ଷ ଜେଲ୍ ହୋଇପାରେ । ଡୋନାଲ୍ଡ ଟ୍ରମ୍ପ ଜେଲରେ ୨୦ମିନିଟ୍ ରହିବା ପରେ ବାହାରିଛନ୍ତି ।

୪ ମାସ ଭିତରେ ଟ୍ରମ୍ପଙ୍କ ବିରୋଧରେ ତୃତୀୟ ଥର ପାଇଁ ଅପରାଧିକ ମାମଲା । ଆଇନଗତ ସମସ୍ତ କାର୍ଯ୍ୟାନୁଷ୍ଠାନକୁ ସେ ସମ୍ମୁଖିନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ନିର୍ବାଚନରେ ପରାଜୟ ବରଣ କରିବା ଓ କ୍ଷମତା ହସ୍ତାନ୍ତରକୁ ରୋକିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଫେଡେରାଲ ତଦନ୍ତରେ ଅଭିଯୁକ୍ତଭାବେ ଦର୍ଶାଯାଇଛି । ଏନେଇ ପୂର୍ବରୁ ଆଶଙ୍କା ପ୍ରକାଶ କରିଥିଲେ ଟ୍ରମ୍ପ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+