ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ
Donald Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ କରିବା ପାଇଁ ଫ୍ଲୋରିଡାର ଶେନନ ଏଟକିନ୍ସଙ୍କୁ ଗିରଫ କରାଯାଇଛି। ଏଫବିଆଇରୁ ମିଳିଥିବା ସୂଚନା ଆଧାରରେ ଏହି ଗିରଫଦାରୀ କରାଯାଇଛି । ୪୬ ବର୍ଷୀୟ ଏଟକିନ୍ସ ସୋସିଆଲ ମିଡିଆରେ ଅନେକ ଧମକପୂର୍ଣ୍ଣ ପୋଷ୍ଟ କରିଥିଲେ ଯେଉଁଥିରେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

ରିପୋର୍ଟ ଅନୁସାରେ, ଶେନନ ଏଡକିଂସ ଟ୍ରମ୍ପଙ୍କ ଶପଥ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ଲେଖିଥିଲେ "ଆମେରିକାକୁ ରକ୍ଷା କରିବା ପାଇଁ କେବଳ ଗୋଟିଏ ଗୁଳି ଦରକାର,"। ପୋଲିସ ସୂଚନା ଅନୁସାରେ, ଶେନନ ଏଡକିଂସଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ରାତିରେ ଫ୍ଲୋରିଡାର ପାମ୍ ବିଚ୍ ନିକଟରୁ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ସମୟରେ ତାଙ୍କ ନିକଟରୁ ତିନୋଟି ବ୍ୟାଗ କୋକେନ୍ ମଧ୍ୟ ମିଳିଥିଲା।
ଏହି ମାମଲାଟି ଏଫବିଆଇ ଏବଂ ସିକ୍ରେଟ୍ ସର୍ଭିସ ପାଇଁ ବିଶେଷ ସମ୍ବେଦନଶୀଳ, କାରଣ ଗତ ବର୍ଷ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଦୁଇଟି ପ୍ରୟାସ ବିଫଳ ହୋଇଥିଲା। ଏହି କାରଣରୁ, ଟ୍ରମ୍ପଙ୍କ ସୁରକ୍ଷା ନେଇ ଏଫବିଆଇ ଏବଂ ସିକ୍ରେଟ୍ ସର୍ଭିସ୍ ହାଇ ଆଲର୍ଟରେ ଜାରି କରିଛି ।
ଗିରଫ ହୋଇଥିବା ଅଭିଯୁକ୍ତ ଦାବି କରିଥିଲେ ଯେ, ସେ ଏପରି ପୋଷ୍ଟ ମଜାକ ପାଇଁ କରିଥିଲେ। ହେଲେ ପୋଲିସ ଦାବି କରିଥିଲା ଏହା ମଜାକ ନୁହେଁ । ଆଜିର ପରିବେଶରେ ଏପରି କଥା କହିବା ବିପଦପୂର୍ଣ୍ଣ ହୋଇପାରେ।" ପୋଲିସ ତାଙ୍କର ଆହୁରି ଅନେକ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ପ୍ରକାଶ କରିଥିଲା, ଯେଉଁଥିରେ ସେ ଲେଖିଥିଲେ, "ଇତିହାସ ପୁନରାବୃତ୍ତି ହୁଏ। ବର୍ଷ ବର୍ଷ ଧରି ଏଠାରେ କୌଣସି ହତ୍ୟା ହୋଇନାହିଁ।"












Click it and Unblock the Notifications