ଟ୍ରମ୍ପଙ୍କ ଟିମରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ: କାଶ୍ ପଟେଲ FBI ନିର୍ଦ୍ଦେଶକ
ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ଟିମରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସାମିଲ ହୋଇଛନ୍ତି । କାଶ୍ ପଟେଲଙ୍କୁ ଏଫବିଆଇ ନିର୍ଦ୍ଦେଶକ ନିଯୁକ୍ତ କରିଛନ୍ତି ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ସହିତ କାଶ୍ ପଟେଲଙ୍କୁ ପ୍ରଶଂସା କରି ଆମେରିକାର ଫାଷ୍ଟ ଫାଇଟର କହିଛନ୍ତି ଟ୍ରମ୍ପ । ଶପଥ ନେବା ପୂର୍ବରୁ ଟିମ୍ ଗଠନ ପ୍ରକ୍ରିୟା ଜାରି ରଖିଛନ୍ତି ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତୀୟ ବଂଶୋଦ୍ଭବ ଗୁଜୁରାଟୀ କାଶ୍ ପଟେଲଙ୍କୁ ପରବର୍ତ୍ତୀ ଏଫବିଆଇ ନିର୍ଦ୍ଦେଶକ ନିଯୁକ୍ତ କରିଛନ୍ତି ।

କାଶ୍ ପଟେଲ ଟ୍ରମ୍ପଙ୍କ ବହୁ ନିକଟ । ୨୦୧୭ରେ ଇଣ୍ଟେଲିଜେନ୍ସ ହାଉସ ପାର୍ଲାମେଣ୍ଟରୀ ସିଲେକ୍ଟ କମିଟି ସଦସ୍ୟ ଥିଲେ । ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ ପଟେଲଙ୍କୁ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ନିୟୁକ୍ତି କରି ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, କାଶ୍ ଜଣେ ଦକ୍ଷ ଲୟର, ଇନଭେଷ୍ଟିକେଟର ଏବଂ ଆମେରିକାର ପ୍ରଥମ ଫାଇଟର । ଯିଏକି ଦୁର୍ନୀତି,ନ୍ୟାୟ ପ୍ରଦାନ କରିବା ଓ ଆମେରିକା ଲୋକଙ୍କୁ ସୁରକ୍ଷା ଦେବା ଦିଗରେ ଅବିରତ କାର୍ଯ୍ୟ କରିଛନ୍ତି ।












Click it and Unblock the Notifications