ଆମେରିକା ରାଷ୍ଟ୍ରପତିଙ୍କ ଧମକ ପରେ ମୁଣ୍ଡ ନୁଆଁଇଲା ପାନାମା

ଟ୍ରମ୍ପଙ୍କ ଧମକ ପରେ ମୁଣ୍ଡ ନୁଆଁଇଲା ପାନାମା । ଆମେରିକାରର ଚାପ ପରେ ଚୀନକୁ ଦେଲା ବଡ଼ ଝଟକା । One Belt, One Road ପ୍ରକଳ୍ପରୁ ହଟିଛି ପାନାମା । ୨୦୧୭ ମସିହାରୁ ବେଜିଂ ସହ ଯୋଜନାରେ ଜଡ଼ିତ ଥିଲା ପାନାମା । ଏ ନେଇ ପାନାମା ରାଷ୍ଟ୍ରପତିଙ୍କ ଘୋଷଣା ପରେ ଯୋଜନାରୁ ଚୀନ ହଟିଥିବା ସ୍ପଷ୍ଟ ହୋଇଛି । ଇନଫ୍ରା ଷ୍ଟ୍ରକଚର ପ୍ରୋଜେକ୍ଟ ସହ ନୂଆ ନିବେଶ ନେଇ ଆମେରିକା ସହ ଏକାଠି କାମ କରିବ ବୋଲି ପାନାମା ରାଷ୍ଟ୍ରପତି ମୁଲିନୋ ସୂଚନା ଦେଇଛନ୍ତି ।

ମୁଲିନୋ ପାନାମା କେନାଲର ପରିଚାଳନା ଉପରେ ଟ୍ରମ୍ପ ପ୍ରଶାସନର ଚାପର ନିରନ୍ତର ବିରୋଧ କରିଆସୁଛନ୍ତି। ବୈଠକ ପରେ ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ରୁବିଓ 'କେନାଲକୁ ପୁନଃ ଦଖଲ କରିବା କିମ୍ବା ବଳ ପ୍ରୟୋଗ କରିବା ପାଇଁ କୌଣସି ପ୍ରକୃତ ଧମକ ଦେଇନାହାଁନ୍ତି।' ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ସେ ଜଳପଥ ପାଖରେ ଚାଇନା ଉପସ୍ଥିତି ଉପରେ ଆମେରିକାର ଚିନ୍ତାକୁ ସମ୍ବୋଧିତ କରିଛନ୍ତି ଏବଂ ଚାଇନାକୁ ପରାମର୍ଶ ଦେଇଛନ୍ତି ଯେ ଆମେରିକାର BRI ଚୁକ୍ତି ଶୀଘ୍ର ଶେଷ ହୋଇପାରେ, ଟ୍ରମ୍ପଙ୍କ ଚେତାବନୀର ପ୍ରଭାବ ପଡ଼ିଛି ବୋଲି ସୂଚାଇ ଦେଉଛି।

trump

ଏହା ପୂର୍ବରୁ ପାନାମାରେ ଥିବା ମାର୍କିନ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାନାମ ରାଷ୍ଟ୍ରପତିଙ୍କୁ ଭେଟି ପାନାମା ଉପରେ ଚୀନର ଆଧିପତ୍ୟ ବିସ୍ତାର କରିବା ଉପରେ ଚିନ୍ତା ପ୍ରକଟ କରିଥିଲେ । ପାନାମା କେନାଲ ଅକ୍ତିଆର କରିବାକୁ ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି । ପାନାମା କେନାଲର ସଂଚାଳନ ନେଇ ଚୀନ ସରକାରଙ୍କ କୌଣସି ପ୍ରତ୍ୟକ୍ଷ ଭୂମିକା ନାହିଁ । ତେବେ ପାନାମାରେ ଚୀନର ବହୁ କମ୍ପାନୀ ଆଧିପତ୍ୟ ଜମାଇ ଆସୁଛନ୍ତି । ୨୦୨୩ ଅକ୍ଟୋବରରୁ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ପାନାମା ଦେଇ ଯାଉଥିବା ଜାହାଜ ମଧ୍ୟରୁ ୨୧.୪ ପ୍ରତିଶତ ଉତ୍ପାଦ ଚୀନର ରହିଛି । ପାନାମାରେ ଥିବା ବନ୍ଦର ଏବଂ ଟର୍ମିନାଲ ଗୁଡ଼ିକରେ ଚୀନ ବିପୁଳ ନିବେଶ କରିଛି ।

ଚୀନ ପାନାମା କେନାଲ ଉପରେ ଆଧିପତ୍ୟ ବିସ୍ତାର କରିବା ପରେ ବଢିଥିଲା ଆମେରିକାର ଚିନ୍ତା । ବିଶ୍ୱ ରାଜନୀତିରେ ଚୀନର ପ୍ରଭାବ ବଢି ଚାଲିଥିବାରୁ ଏହା ଆମେରିକାର ସ୍ୱାର୍ଥକୁ ବାଧାପ୍ରାପ୍ତ କରିଛି । ତେଣୁ ଚୀନକୁ ଚେକ୍ ଦେବାକୁ ପାନାମା କେନାଲ ଗୋଟି ଚଳାଇଛି ଆମେରିକା । ପାନାମାକୁ ପୁଣି ଥରେ ଆମେରିକା ନିଜ କବ୍‌ଜା ନେବ ଏବଂ ଏଥିପାଇଁ କିଛି ବଡ଼ କରିବ ବୋଲି ଟ୍ରମ୍ପ ଚେତାବନୀ ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ, ପାନାମା କେନାଲକୁ ପାନାମାକୁ ସମର୍ପିଦେବା ମୁର୍ଖତା ଥିଲା । ଚୀନକୁ ପାନାମା କେନାଲ ଦିଆଯାଇନଥିଲା । ହେଲେ ପାନାମା ଚୁକ୍ତିକୁ ଉଲ୍ଲଙ୍ଘନ କରିଛି ଏବଂ ଚୀନକୁ ସଞ୍ଚାଳନ ଦାୟିତ୍ଵ ଦେଇଛି। ତେଣୁ ଆମେରିକା ପାନାମାକୁ ନିଜ ଅକ୍ତିଆରକୁ ନେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+