ଡୋନାଲ୍ଡ ଟ୍ରମ୍ପ ହେଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ପରେ ଆମେରିକାରେ ବଢିଛି ରାଜନୈତିକ ଉଷ୍ମତା । ଡୋନାଲ୍ଡ ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ । ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ଘୋଷଣା । ଅନ୍ୟପଟେ ସିନେଟର ଜେଡି ବେସ୍ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ଆକ୍ରମଣ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପେନ୍ସିଲଭାନିଆରେ ରାଲି ବେଳେ ହୋଇଥିବା ଆକ୍ରମଣରେ ଡୋନାଲ୍ଡ ଟ୍ରମ୍ପ ଯଦିଓ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କିନ୍ତୁ ଏହି ଘଟଣା ଏବେ ଆମେରିକା ରାଜନୀତିରେ ଗୋଟିଏ ପ୍ରସଙ୍ଗ ତିଆରି କରିଛି । ସୂଚନାଯୋଗ୍ୟ, ଜୁଲାଇ ୧୩ରେ ପେନସିଲଭାନିଆରେ ଏକ ରାଲିରେ ଟ୍ରମ୍ପଙ୍କୁ ଗୁଳି କରାଯାଇଥିଲା । ଏହି ଆକ୍ରମଣରେ ବୁଲେଟ ଟ୍ରମ୍ପଙ୍କ କାନକୁ ବିଦ୍ଧ କରିଥିଲା । ଏହି ଆକ୍ରମଣର ୪୮ଘଣ୍ଟା ପରେ ରିପବ୍ଲିକାନ ପାର୍ଟି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ବାଛିଲା ।
ଏହି ସମୟରେ ଟ୍ରମ୍ପ ଆରଏନସିରେ ପହଞ୍ଚିବା ମାତ୍ରେ ସମର୍ଥକମାନେ ଆମେରିକା-ଆମେରିକାର ସ୍ଲୋଗାନ ଦେଇଥିଲେ । ଏଥିସହ ଲୋକମାନେ ଟ୍ରମ୍ପଙ୍କ ପରି ହାତ ମୁଠା ଉଠାଇ 'ଲଢ-ଲଢ' ବୋଲି ସ୍ଲୋଗାନ ଦେଉଥିବା ନଜର ଆସିଥିଲେ । କନଭେନଶନ ସେଣ୍ଟରକୁ ଟ୍ରମ୍ପଙ୍କ ଆଗମନ ସମୟରେ ଲୋକମାନେ 'ୟ'ୱି ଲଭ ଟ୍ରମ୍ପ' ସ୍ଲୋଗାନ ମଧ୍ୟ ଦେଇଥିଲେ ।

ଟ୍ରମ୍ପଙ୍କ ଉପରେ ଆକ୍ରମଣକାରୀ ଜଣଙ୍କ ହେଉଛନ୍ତି ସେହି ପେନସିଲଭେନିଆର ୨୦ ବର୍ଷୀୟ ଥୋମାସ ମାଥ୍ୟୁ କ୍ରୁକ୍ସ । ସେ ଟ୍ରମ୍ପଙ୍କ ରାଜନୀତିକ ଦଳ ରିପବ୍ଲିକାନର ସଦସ୍ୟ । ସେ ଦଳରେ ନିଜର ପଞ୍ଜୀକରଣ ମଧ୍ୟ କରିଛନ୍ତି । କିନ୍ତୁ ସେ କ'ଣ ପାଇଁ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ କଲେ, ସେକଥା ଜଣାପଡ଼ିନି ।
ସ୍ଥାନୀୟ ସରକାରୀ ଓକିଲ ରିଚାର୍ଡ ଗୋଲ୍ଡିଙ୍ଗେର କହିଛନ୍ତି, ଆକ୍ରମଣକାରୀ ଜଣଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ପଡ଼ିଆରେ ରହିଥିଲେ । ପଡ଼ିଆ ବାହାରେ ଥିବା ଗୋଟିଏ ଉତ୍ପାଦନ କେନ୍ଦ୍ରର ଛାତ ଉପରେ ସେ ରହି ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ । ଉକ୍ତ ସ୍ଥାନଟି ଟ୍ରମ୍ପ ଭାଷଣ ଦେଉଥିବା ଷ୍ଟେଜ ଠାରୁ ୧୩୦ ୟାର୍ଡ ଦୂର । ଖୋଲା ମଞ୍ଚରେ ଟ୍ରମ୍ପ ଭାଷଣ ଦେଉଥିବାରୁ ଆକ୍ରମଣକାରୀ ଜଣଙ୍କ ଅତି ସହଜରେ ଟାର୍ଗେଟ ସେଟ କରିବାକୁ ସକ୍ଷମ ହୋଇଥିଲେ ବୋଲି ସେ କହିଛନ୍ତି ।












Click it and Unblock the Notifications