ଗିରଫ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ୍
ଆମେରିକା:ପର୍ଣ୍ଣ ଷ୍ଟାର ମାମଲାରେ ଗିରଫ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜାମିନ୍ ମିଳିଛି । ଗିରଫର ଘଣ୍ଟାଏ ମଧ୍ୟରେ ଜାମିନ ଦେଲେ ମାନହାଟନ କୋର୍ଟ । ଡିସେମ୍ବର ୪ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଆତ୍ମସମର୍ପଣ କରିବାକୁ ଯାଇଥିବା ବେଳେ ଗିରଫ କରିଥିଲା ପୋଲିସ । ଅପରାଧିକ ମାମଲାରେ ଗିରଫ ହେବାରେ ଟ୍ରମ୍ପ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ।
ସୂଚନା ଅନୁସାରେ, ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲସଙ୍କ ସହ ସମ୍ପର୍କ ଏବଂ ତାଙ୍କୁ ଅନୁଚିତ ଭାବେ ବିପୁଳ ଅର୍ଥ ପ୍ରଦାନ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଆମେରିକା ଇତିହାସରେ ଏହା ହେଉଛି ପ୍ରଥମ ଘଟଣା ।

ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେପଟେ ଟ୍ରମ୍ପ ସମସ୍ତ ଅଭିଯୋଗକୁ ଖଣ୍ତନ କରିଛନ୍ତି ଏବଂ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ବାଇଡେନ୍ ସରକାରଙ୍କୁ ସମାଲୋଚନା କଲେ ଟ୍ରମ୍ପ । ରିପୋର୍ଟ ଅନୁସାରେ, ୨୦୧୬ରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲସଙ୍କ ସହ ଅନୈତିତ ସମ୍ପର୍କରେ ଥିଲେ ଟ୍ରମ୍ପ ଏବଂ ତାଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କୁ ୧ ଲକ୍ଷ ୩୦ ହଜାର ଡଲାର ଦେଇଥିଲେ । ଏହି ଅର୍ଥ ଟ୍ରମ୍ପଙ୍କ ଓକିଲଙ୍କ ଜରିଆରେ ଦିଆଯାଇଥିବା ନେଇ ସୂଚନା ରହିଛି ।
ସେପଟେ ଟ୍ରମ୍ପ ଗିରଫ ପରେ ଆମେରିକା ରାଜନୀତିରେ ଚହଳ ସୃଷ୍ଟି ହୋଇଛି । ତେବେ ଆଗକୁ ରହିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ ତେବେ ଏହି ଘଟଣା ପରେ ତାଙ୍କୁ ଜନ ସମର୍ଥନ ମିଳିବ ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହେଉଛି ।
ଭାରତୀୟ ସମୟ ଅନୁସାରେ ଟ୍ରମ୍ପ ରାତି ପ୍ରାୟ ୧୨.୪୫ରେ ମ୍ୟାନହଟନ କୋର୍ଟରେ ବିଚାରପତିଙ୍କ ନିକଟରେ ହାଜର ହୋଇଥିଲେ। ଏହି ସମୟରେ ଜଜ୍ ଗ୍ରାଣ୍ଡ୍ ଜୁରି ଦ୍ୱାରା କରାଯାଇଥିବା ଅଭିଯୋଗକୁ ଏକ ସିଲ୍ ହୋଇଥିବା କନ୍ଫିଲରେ ହସ୍ତାନ୍ତର କରିଥିଲେ। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲସଙ୍କୁ ୧,୨୨,୦୦୦ ଡଲାର କ୍ଷତିପୂରଣ ଦେବାକୁ ପଡିବ। ଏଥି ସହିତ ଟ୍ରମ୍ପ କୋର୍ଟଙ୍କୁ କହିଛନ୍ତି, ୩୪ଟି ମାମଲାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ।












Click it and Unblock the Notifications