ଟ୍ରମ୍ପଙ୍କ ପୁଅଙ୍କ 'X' ଆକାଉଣ୍ଟ ହ୍ୟାକ୍, ବାପାଙ୍କ ପରଲୋକ ନେଇ ସେୟାର ହେଲା ପୋଷ୍ଟ
ଆମେରିକା: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଅଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ହ୍ୟାକ୍ କରାଯାଇଛି । ଯେଉଁଥିରେ ପିତା ଡୋନାଲ୍ଡ ଟ୍ରମ୍ପ ପଲୋକଙ୍କ ନେଇ ସୂଚନା ଦିଆଯାଇଛି । ଏହି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ଏବଂ ଚହଳ ସୃଷ୍ଟି ହୋଇଥିଲା ।

ଜୁନିୟର ଡୋନାଲ୍ଡ ଟ୍ରମ୍ପଙ୍କ 'X'ପୋଷ୍ଟରେ ଲେଖାଯାଇଥିଲା, ମୁଁ ଖୁବ୍ ଦୁଃଖିତ, ମୋ ବାପା ଡୋନାଲ୍ଡ ଟ୍ରମ୍ପଙ୍କ ପରଲୋକ ହୋଇଯାଇଥିବା କାରଣରୁ ଆସନ୍ତା ବର୍ଷ ହେବାପାଇଁ ଥିବା ନିର୍ବାଚନରେ ମୁଁ ପ୍ରାର୍ଥୀ ହେବି । ଏହି ପୋଷ୍ଟ ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଇଥିଲା ଏବଂ ସବୁଠି ଚହଳ ସୃଷ୍ଟି ହୋଇଥିଲା । ଏହା ପରେ ସମସ୍ତେ ଏହି ଖବରର ସତ୍ୟତା ଜାଣିବା ପାଇଁ ଇଛା ପ୍ରକାଶ କରିଥିଲେ । କେହି ସହଜରେ ଏହି ଖବରକୁ ବିଶ୍ୱାସ କରିପାରୁ ନଥିଲେ । ହେଲେ ପରବର୍ତ୍ତି ସମୟରେ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ଏହା ସ୍ପଷ୍ଟ ହୋଇଥିଲା ଯେ,
ଜୁନିଅର ଟ୍ରମ୍ପଙ୍କ ଆକାଉଣ୍ଟ ଗତ ରାତିରୁ ଭାଇରାଲ ହୋଇଥିଲା ।
ହ୍ୟାକ୍ ହେବା ପରେ ଟ୍ରମ୍ପଙ୍କ ପୁଅଙ୍କ ଆକାଉଣ୍ଟରୁ ସିରିଜ୍ ଏବଂ ମେସେଜ୍ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ବାଇଡେନଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା । ଏପରିସ୍ଥିତିରେ ବର୍ତ୍ତମାନ ସୁରକ୍ଷାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ଜୁନିଅର ଟ୍ରମ୍ପଙ୍କ ଆକାଉଣ୍ଟ କିଏ ହ୍ୟାକ୍ କରିଛି ତାହା ସ୍ପଷ୍ଟ ହୋଇ ନାହିଁ ହେଲେ ତଦନ୍ତ ଜାରି ରହିଛି ।












Click it and Unblock the Notifications