ରୁଷକୁ କଡ଼ା ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ; କହିଲେ ରୁଷ ଅସଦଙ୍କୁ ସହାୟତା କରିବାରୁ ଦୂରେଇ ରହୁ, ନଚେତ୍....

ସିରିଆରେ ରାଷ୍ଟ୍ରପତି ବସର-ଅଲ-ଅସଦଙ୍କ ୨୪ ବର୍ଷର ଏକଛତ୍ରବାଦ ଶାସନର ଅନ୍ତ ଘଟିଛି। ଭୟଙ୍କର ଗୃହଯୁଦ୍ଧରେ ବିରୋଧୀ ଗୋଷ୍ଠୀଙ୍କ ଦ୍ୱାରା ବିତାଡ଼ିତ ହେବା ପରେ ଦେଶଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ବସର ଅଲ ଅସଦ। ସେ ପରିବାର ସହ ରୁଷରେ ଆଶ୍ରୟ ନେଇଛନ୍ତି।

Donald Trump

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ମସ୍କୋର ସହାୟତାରେ ଲୁଚିଛନ୍ତି ଅସଦ୍। ନିଜ ପରିବାର ସହ ତାଙ୍କୁ ରୁଷ ସୁରକ୍ଷିତ ସ୍ଥାନରେ ରଖିଛି। ଏଭଳି ଖବର ଆସିବା ପରେ ଏବେ ରୁଷକୁ କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷ ଅସଦଙ୍କୁ ସହାୟତା କରିବାରୁ ଦୂରେଇ ରହୁ। ନଚେତ ୟୁକ୍ରେନ୍ ସହ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ ବୋଲି କଡ଼ା ଚେତାବନୀ ଦେଇଛନ୍ତି।

ଏପଟେ ଦେଶରେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତରୀକରଣ ହେଉ ବୋଲି ରୁଷିଆ କହିଛି। ସିରିଆ ପ୍ରସଙ୍ଗରେ ଜାତିସଂଘରେ ଆଲୋଚନା ପାଇଁ ମଧ୍ୟ ପ୍ରସ୍ତାବ ରଖିଛି ରୁଷ୍।

ରାଷ୍ଟ୍ରପତିଙ୍କ ପଳାୟନ ପରେ ରାଜଧାନୀ ଡାମାସକସକୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ ସେନା। ଅସଦ ସରକାର ବିରୋଧରେ ମୁଖ୍ୟ ବିଦ୍ରୋହୀ ଗୋଷ୍ଠୀ ବିଜୟ ଘୋଷଣା କରିବା ପରେ ଏହାର ମୁଖ୍ୟ ଅବୁ ଅହମ୍ମଦ ଅଲ ଜୁଲାନି ରାଜଧାନୀ ଡାମାସକସରରେ ପହଞ୍ଚିଛନ୍ତି।

ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି। ବିଦ୍ରୋହୀ ନୂଆ ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଫଗାନିସ୍ତାନ, ବାଙ୍ଗଲାଦେଶ ପରେ ସିରିଆରେ ଶାସକଙ୍କ ଗାଦିତ୍ୟୁତ ହୋଇଛି। ଘଟଣା ଉପରେ ସାରା ବିଶ୍ୱର ନଜର ରହିଥିଲା ବେଳେ ବ୍ରିଟେନ, ଫ୍ରାନ୍ସ, ୟୁକ୍ରେନ, ଇସ୍ରାଏଲ ସ୍ୱାଗତ ଜଣାଇଛନ୍ତି। ଅନ୍ୟପଟେ ଲେବାନନରେ ଥିବା ସିରିଆର ଶରଣାର୍ଥୀମାନେ ଉତ୍ସବ ମନାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+