Get Updates
Get notified of breaking news, exclusive insights, and must-see stories!

ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକାର ରାଷ୍ଟ୍ରପତି; କାହିଁକି କାହିଁକି ହାରିଲେ କମଲା ହାରିସ୍ ?

ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକାର ରାଷ୍ଟ୍ରପତି । ପ୍ରାୟ ୨୭୭ ଇଲେକ୍ଟ୍ରୋରାଲ ଭୋଟରେ ସେ ଜିତି ପୁଣିଥରେ ରାଷ୍ଟ୍ରପତି ହୋଇଛନ୍ତି । ଏତେ ମାତ୍ରାରେ ଭୋଟ ପାଇ ସେ କମଲା ହାରିସକୁ ହରାଇଛନ୍ତି । ସେପଟେ କମଲା ହାରିସଙ୍କୁ ମାତ୍ର ୨୨୬ ଟି ଇଲେକ୍ଟ୍ରୋରାଲ ଭୋଟ ମିଳିଛି ।

ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସ ଆମେରିକାରେ ପରାଜୟ ହୋଇଛନ୍ତି । ଶେଷ ପର୍ଯ୍ଯନ୍ତ ତାଙ୍କୁ ଦମଦାର ପ୍ରାର୍ଥୀ କୁହାଯାଉଥିଲେ ବି କମଲା ଶେଷରେ ଆଣ୍ଠେଇଛନ୍ତି ।

ଇଲେକ୍ଟ୍ରୋରାଲ ଭୋଟର ଗଣତି ଶେଷ ହେଲେ ଟ୍ରମ୍ପ ମୋଟ ୩୦୬ ଭୋଟ ପାଇବେ ବୋଲି ମଧ୍ଯ ଆକଳନ କରାଯାଉଛି ରିପୋର୍ଟ ଅନୁସାରେ । ସେପଟେ କମଲାଙ୍କୁ ପ୍ରାୟ ୨୩୨ ଟି ଇଲେକ୍ଟ୍ରୋରାଲ ଭୋଟ ମିଳିବ । ତେବେ କ'ଣ ପାଇଁ ଏତେ ଲୋକପ୍ରିୟ ମନାଯାଉଥିବା କମଲା ହାରିଛନ୍ତି ।

kamala harris

ପ୍ରକାଶଥାଉ ଯେ, ଆମେରିକାରେ ମତଦାତା ଆର୍ଥିକ ଅର୍ଥ ବ୍ଯବସ୍ଥାକୁ ବେଶ୍ ଗୁରୁତ୍ତ୍ୱ ଦେଇଥାନ୍ତି । ଟ୍ରମ୍ପଙ୍କୁ ଆର୍ଥିକ ମାମଲା କ୍ଷେତ୍ରରେ ଅଧିକ ଅନୁକୂଳ ଭାବରେ ଦେଖାଯାଏ ଆମେରିକାରେ । ମତଦାତାଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଆର୍ଥିକ ନୀତିରେ କମଲାଙ୍କଠୁ ବେଶୀ ଟ୍ରମ୍ପଙ୍କ ଉପରେ ଭରସା କରନ୍ତି । ଫଳରେ ସ୍ୱିଂ ଭୋଟ ଅନେକାଂଶରେ ଡୋନାଲ୍ଡଙ୍କ ଆଡକୁ ଢଳିଲା ।

କମଲା ହାରିସଙ୍କୁ ମହିଳାଙ୍କ ସହ ଏସିଆ ସମୁଦାୟର ମଧ୍ଯ ସମର୍ଥନ ଥିଲା । ମାତ୍ର ସେ ଡୋନାଲ୍ଡ ଟ୍ରମ୍ପ ସାମ୍ନାରେ ବାଧ୍ଯ ହୋଇଛନ୍ତି ହାରିବା ପାଇଁ । ଏହି ପାଞ୍ଚ କାରଣ ପାଇଁ ହିଁ ଡୋନାଲ୍ଡଠୁ ହାରିଛନ୍ତି କମଲା ।

ଆମେରିକାରେ ମତଦାତା ଆର୍ଥିକ ଅର୍ଥ ବ୍ଯବସ୍ଥାକୁ ବେଶ୍ ଗୁରୁତ୍ତ୍ୱ ଦେଇଥାନ୍ତି । ଟ୍ରମ୍ପଙ୍କୁ ଆର୍ଥିକ ମାମଲା କ୍ଷେତ୍ରରେ ଅଧିକ ଅନୁକୂଳ ଭାବରେ ଦେଖାଯାଏ ଆମେରିକାରେ । ମତଦାତାଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଆର୍ଥିକ ନୀତିରେ କମଲାଙ୍କଠୁ ବେଶୀ ଟ୍ରମ୍ପଙ୍କ ଉପରେ ଭରସା କରନ୍ତି । ଫଳରେ ସ୍ୱିଂ ଭୋଟ ଅନେକାଂଶରେ ଡୋନାଲ୍ଡଙ୍କ ଆଡକୁ ଢଳିଲା ।

ହାରିସଙ୍କୁ ବିଶ୍ୱାସ କଲେନି ମତଦାତା : କହିରଖୁ, ଟ୍ରମ୍ପ ବିଶେଷରୂପରେ ଶ୍ୱେତ ମତଦାତାଙ୍କ ମଧ୍ଯରେ ଏକ ଅନୁକୂଳତା ସୃଷ୍ଟି କରି ପାରିଥିଲେ । ଫଳରେ ହାରିସଙ୍କଠୁ ସେ ଅଧିକ ଆଗରେ ଥିଲେ । ତାହାସହ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଭୋଟର ଧୋକା ଦେଇ ନ ଥାଆନ୍ତି । ଏହି ମାମଲାରେ ହାରିସଙ୍କଠୁ ବେଶୀ ମତଦାତା ଟ୍ରମ୍ପଙ୍କ ଉପରେ ଭରସା ରଖନ୍ତି ।

ସେହିଭଳି ସ୍ୱିଂ ଭୋଟିଂକୁ ଯଦି ଦେଖାଯାଏ, ତେବେ ତାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଭାଗ୍ଯଶାଳୀ ବିବେଚିତ ହେଲା । ଇଲେକ୍ଟ୍ରୋରାଲ ଭୋଟ ଅଧିକ ସଂଖ୍ଯାରେ ତାଙ୍କ ଆଡକୁ ଚାଲିଯାଇଥିଲା । ହାରିସ ପ୍ରଭାବଶାଳୀ ଭାବରେ ଏ କ୍ଷେତ୍ରରେ ସମର୍ଥନ ଜୁଟାଇ ପାରି ନଥିଲେ ।

ଡେମୋକ୍ରେଟିକ ଅସନ୍ତୋଷ : ହାରିସଙ୍କୁ ପ୍ରାର୍ଥୀ କରିବା ପରେ ଅନେକ ଡେମୋକ୍ରାଟିକ ମତଦାତା ଅସନ୍ତୁଷ୍ଟ ଥିଲେ । କାରଣ ସେମାନେ ଭାବୁଥିଲେ ଯେ, ଡେମୋକ୍ରେଟିକ ପାର୍ଟି ଦୀର୍ଘ ୪ ବର୍ଷରୁ ଆମେରିକାକୁ ମଜବୁତ ନେତୃତ୍ୱ ଦେଇ ନଥିଲା । ଫଳରେ ଡୋନାଲ୍ଡ ଟ୍ରମ୍ପ ସେମାନଙ୍କ ପାଇଁ ମଜବୁତ ବିକଳ୍ପ ଭାବରେ ଉଭା ହେଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+