ହମାସକୁ ଶେଷ ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ , ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ଧମକ

ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ ଇସ୍ରାଏଲ ଏବଂ ହମାସ ଯୁଦ୍ଧ । ଏହି ଯୁଦ୍ଧ ଲଗାତାର ଭାବେ ୨ ବର୍ଷ ଧରି ହୋଇ ଆସୁଛି । ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ହମାସକୁ ଶେଷ ଚେତାବନୀ ଦେଇଛନ୍ତି । ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି ।

Donald Trump

ସୂଚନାନୁଯାୟୀ, ସମସ୍ତ ବନ୍ଧକ ଘରକୁ ଫେରିବାକୁ ଚାହାଁନ୍ତି ବୋଲି କହିଛନ୍ତି ଟ୍ରମ୍ପ । ଏହା ସହିତ ଆହୁରି ମଧ୍ୟ କହିଛନ୍ତି ଯୁଦ୍ଧ ଶେଷ ହେଉ ହେଉ ବୋଲି ସମସ୍ତେ ଚାହିଁନ୍ତି । ଇସ୍ରାଏଲ ଟ୍ରମ୍ପଙ୍କ ସର୍ତ୍ତାବଳୀରେ ରାଜି ହୋଇଛି । ଏବେ ହମାସର ସମୟ । ଯାହା ହମାସକୁ ଟ୍ରମ୍ପଙ୍କ ଶେଷ ଚେତାବନୀ । ୭ ଅକ୍ଟୋବର ୨୦୨୩ର ହମାସର ଆକ୍ରମଣରେ ହଜାରରୁ ଅଧିକ ଲୋକଙ୍କ ଜୀବନହାନି ଘଟିଥିଲା । ଯାହା ପରେ ଇସ୍ରାଏଲ ହମାସ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିଲା । ଏହାରି ମଧ୍ୟରେ ହମାସର ସୂଚନାନୁଯାୟୀ, ଇସ୍ରାଏଲ ଆକ୍ରମଣରେ ୬୩ ହଜାରରୁ ଅଧିକ ପୋଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଥିବାବେଳେ ୧,୬୦,୯୧୪ ଜଣ ଆହତ ହୋଇଛନ୍ତି ।

ଅନ୍ୟପଟେ ଏଥିରେ ଅନେକ ନାଗରିକ ଘରକୁ ଫେରି ଆସିଥିଲାବେଳେ ଆଉ କିଛି ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୨୦ ଜଣ ଜୀବିତ ରହିଥିବା ସୂଚନା ମିଳିଛି । ଏହା ପୂର୍ବରୁ ଟ୍ରମ୍ପ ହମାସକୁ ବନ୍ଧକ ବିଷୟରେ ଅନେକ ଥର ଚେତାବନୀ ଦେଇଛନ୍ତି କିନ୍ତୁ ଏହା ତାଙ୍କର ଶେଷ ଚେତାବନୀ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+