ହସ୍ ମନି ମାମଲା: ଦୋଷୀ ସାବ୍ୟସ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ
Donald Trump: ହସ୍ ମନି ମାମଲାରେରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୩୪ଟି ଆରୋପର ତଦନ୍ତ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଚଳିତ ବର୍ଷ ଜୁଲାଇ ୧୧ ତାରିଖରେ ଟ୍ରମ୍ପଙ୍କ ବିରୋଧରେ ଦଣ୍ତାଦେଶ ଶୁଣାଇବେ କୋର୍ଟ । ସେ ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେୟ ଲୁଚାଇବା ପାଇଁ ବ୍ୟବସାୟ ରେକର୍ଡ ଜାଲିଆତି କରି ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ବିରୋଧରେ ବିଚାରାଧୀନ ଥିବା ୩୫ ଟି ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଆଇନୀ ଅନୁସାରେ ପ୍ରତ୍ୟେକ ମାମଲା ପାଇଁ ତାଙ୍କୁ ଚାରି ବର୍ଷର ପାଇଁ ଦଣ୍ଡ ମିଳିପାରେ । ଏହି ସବୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନର କିଛି ମାସ ପୂର୍ବରୁ ଘଟିଛି। ସେହିପରି ଆଶା କରାଯାଉଥିଲା ଯେ ଏଥର ପୁଣି ଟ୍ରମ୍ପ ହ୍ୱାଇଟ ହାଉସକୁ ଫେରି ପାରନ୍ତି । ହେଲେ ନିର୍ବାଚନ ପୂର୍ବରୁ ଟ୍ରମ୍ପକୁ ଲାଗିଛି ଝଟକା ।












Click it and Unblock the Notifications