Donald Trump: ଭଗବାନ ମୋ ସହ ଥିଲେ, ସେଥିପାଇଁ ମୁଁ ଆପଣଙ୍କ ସାମ୍ନାରେ ଛିଡା ହୋଇଛି
Donald Trump Speech: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଉପରେ ହୋଇଥିବା ଆକ୍ରମଣ ପରେ ପ୍ରଥମ ଥର ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ବିପୁଳ ଭୋଟରେ ବିଜୟ ଲାଭ ହାସଲ କରିବେ ।
ଗୁରୁବାର ଦିନ ୱିସ୍କୋସିନ୍ ଅନ୍ତର୍ଗତ ମିଲୱାକ୍ରେ ରିପବ୍ଲିକାନ୍ ନ୍ୟାସନାଲ କନକ୍ଲେଭରେ ଟ୍ରମ୍ପ ଯୋଗ ଦେଇଥିଲେ। ଟ୍ରମ୍ପ ଆନୁଷ୍ଠାନିକ ଭାବରେ ରିପବ୍ଲିକାନ୍ ପାର୍ଟିରୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନକୁ ସ୍ୱିକାର କରିଛନ୍ତି । ଏହି ସମୟରେ ସେ ରାଷ୍ଟ୍ରପତି ଜୋ ବିଡେନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆଜିଠାରୁ ଚାରି ମାସ ପରେ ଆମକୁ ଏକ ବଡ଼ ବିଜୟ ମିଳିବ। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ କେବଳ ଅଧା ଦେଶ ପାଇଁ ନୁହେଁ ସମଗ୍ର ଆମେରିକା ପାଇଁ ରାଷ୍ଟ୍ରପତି ହେବେ। ତାଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ମଧ୍ୟ ଟ୍ରମ୍ପ ଜାତୀୟ ସମ୍ମିଳନୀରେ ସେହି ଭୟଙ୍କର ମୁହୂର୍ତ୍ତ ବିଷୟରେ କହିଥିଲେ ।
ସେ କହିଥିଲେ ଯେ ଚାରିଆଡୁ ରକ୍ତ ବାହାରୁଥିଲା , କିନ୍ତୁ ମୁଁ ନିଜକୁ ସୁରକ୍ଷିତ ମନେ କରୁଥିଲି । କାରଣ ମୁଁ ଜାଣିଥିଲି ଭଗବାନ ମୋ ସହିତ ଅଛନ୍ତି। ଟ୍ରମ୍ପଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଥୋମାସ୍ ମାଥ୍ୟୁଜ୍ କ୍ରୁକ୍ସଙ୍କୁ ଗୁପ୍ତ ସିକ୍ରେଟ୍ ସର୍ଭିସ ଘଟଣାସ୍ଥଳରେ ହିଁ ହତ୍ୟା କରିଥିଲେ ।
ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ, ଯଦି ମୁଁ ଶେଷ ମୁହୂର୍ତ୍ତରେ ମୁଣ୍ଡ ବୁଲାଇ ନ ଥା'ନ୍ତି, ତେବେ ହତ୍ୟାକାରୀଙ୍କ ଗୁଳି ମୋ ମୁଣ୍ତରେ ବାଜିଥାନ୍ତା ଏବଂ ମୋର ମୃତ୍ୟୁ ହୋଇଥାନ୍ତା । ଆକ୍ରମଣ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଭାଷଣ ଅତ୍ୟନ୍ତ ଶାନ୍ତ ଥିଲା ଏବଂ ତାଙ୍କ ପ୍ରକୃତିର ବିପରୀତ ମନେ ହେଉଥିଲା । ସେ ଭାଷଣ ନିଜ ଉପରେ ହୋଇଥିବା ଆକ୍ରମଣରୁ ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ଆହତ ହୋଇଥିବା ଦୁଇ ଜଣଙ୍କୁ ବ୍ୟକ୍ତିଙ୍କୁ ମଧ୍ୟ ମନେ ପକାଇଥିଲେ ।












Click it and Unblock the Notifications