ହସ ମନି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଟ୍ରମ୍ପ
ୱାସିଂଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍ 'ହସ୍ ମନି' (ଦୋଷ ଲୁଚାଇବା ପାଇଁ ଲାଞ୍ଚ) ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ଆଜି ଏହି ମାମଲାରେ ତାଙ୍କ ବିରୋଧରେ ଦଣ୍ଡାଦେଶ ଥିଲା। କିନ୍ତୁ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହୋଇ ସାରିଥିବାରୁ ଅଦାଲତ ତାଙ୍କୁ କୌଣସି ଦଣ୍ଡାଦେଶ ଶୁଣାଇନାହାନ୍ତି। ଅଦାଲତ ଟ୍ରମ୍ପ୍ଙ୍କୁ ଏହି ମାମଲାରେ ଜଣେ ଦୋଷୀ ଭାବେ କାଏମ ରଖିଥିଲେ ସୁଦ୍ଧା ତାଙ୍କୁ ସର୍ତ୍ତବିହୀନ ମୁକ୍ତି ଦେଇଛନ୍ତି।
ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରଠାରୁ ଚର୍ଚ୍ଚରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଦୋଷ ଲୁଚାଇବା ପାଇଁ ଲାଞ୍ଚ ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ଶୁକ୍ରବାର ଏହି ମାମଲାରେ ତାଙ୍କ ବିରୋଧରେ ଦଣ୍ଡାଦେଶ ଥିଲା। ନ୍ୟୁୟର୍କର ଜଜ୍ ଜୁଆନ୍ ମାର୍ଚନ୍ ଟ୍ରମ୍ପଙ୍କୁ ପର୍ଣ୍ଣ ଷ୍ଟାର୍ ଷ୍ଟର୍ମୀ ଡାନିଏଲ୍ସଙ୍କୁ ଟଙ୍କା ଦେବାରେ ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହୋଇ ସାରିଥିବାରୁ ଅଦାଲତ ତାଙ୍କୁ କୌଣସି ଦଣ୍ଡାଦେଶ ଶୁଣାଇନାହାଁନ୍ତି।
ଅଦାଲତ ଟ୍ରମ୍ପଙ୍କୁ ଏହି ମାମଲାରେ ଜଣେ ଦୋଷୀ ଭାବେ କାଏମ ରଖିଥିଲେ ସୁଦ୍ଧା ତାଙ୍କୁ ସର୍ତ୍ତବିହୀନ ମୁକ୍ତି ଦେଇଛନ୍ତି। ଜଣେ ଅପରାଧୀ ଭାବେ ଦୋଷୀସାବ୍ୟସ୍ତ ହେବାପରେ ସେ ପ୍ରଥମ ବ୍ୟକ୍ତି ଭାବେ ରାଷ୍ଟ୍ରପତି ପଦରେ ରହିବେ। ଫ୍ଲୋରିଡା କ୍ଲବ୍ରୁ ଟ୍ରମ୍ପ୍ ଭର୍ଚୁଆଲ ଭାବେ ଶୁଣାଣିରେ ଯୋଗ ଦେଇଥିଲେ।

କହି ରଖୁଛୁ ଯେ ସେକ୍ସ ସ୍କାଣ୍ଡାଲ୍ରୁ ରକ୍ଷା ପାଇବା ପାଇଁ ଟ୍ରମ୍ପ ୨୦୧୬ରେ ଏକ ଆଡଲ୍ଟ ଷ୍ଟାର୍ ଷ୍ଟର୍ମି ଡାନିଏଲ୍ଙ୍କୁ ୧୩୦,୦୦୦ ଡଲାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ଟଙ୍କା ବଦଳରେ ଚୁପ୍ ରହିବାକୁ ଟ୍ରମ୍ପ କହିଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର ଶୁଣାଣିରେ ଟ୍ରମ୍ପ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ ହାଜର ହୋଇଥିଲେ।
ଶୁଣାଣି ସମୟରେ ଏବଂ ରାୟ ପରେ ସରକାରୀ ଓକିଲ ଡୋନାଲ୍ଡ ଟ୍ରମ୍ପଙ୍କ ଆଚରଣକୁ ନିନ୍ଦା କରିଥିଲେ। ତାଙ୍କର କିଛି ବୟାନକୁ ସେ ନିନ୍ଦା ମଧ୍ୟ କରିଥିଲେ। ଟ୍ରମ୍ପ ନ୍ୟାୟିକ ପ୍ରକ୍ରିୟା ଆଉପରେ ଆକ୍ରମଣ କରିଥିଲେ ବୋଲି ମଧ୍ୟ ସେ କହିଥିଲେ।












Click it and Unblock the Notifications