Donald Trump: ୨୦ରେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ
ଆସନ୍ତା ୨୦ରେ ଶପଥ ନେବେ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ୪ବର୍ଷିଆ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ। କାର୍ଯ୍ୟକାଳ ଶେଷ ପରେ ବାଇଡେନ ହ୍ବାଇଟ୍ ହାଉସରେ ଦେଇଥିବା ବିଦାୟକାଳୀନ ଭାଷଣରେ କହିଛନ୍ତି ଯେ ତାଙ୍କ ପ୍ରଶାସନର ସୁଫଳ ଆଗାମୀ ଦିନରେ ଆମେରିକାବାସୀ ଦେଖିବାକୁ ପାଇବେ।
ସୁଶାସନର ଯେଉଁ ମଞ୍ଜି ତାଙ୍କ ସରକାର ବିପଣନ କରିଯାଇଛନ୍ତି ତାହା ବିକଶିତ ହୋଇ ଆଗାମୀ ଦଶନ୍ଧି ଧରି ପ୍ରସ୍ଫୁଟିତ ହେବ। ଏହା ସହିତ ସେ ଆରମ୍ଭ କରିଥିବା ପରମ୍ପରାକୁ ତାଙ୍କ ଉତ୍ତରାଧିକାରୀ ବଜାୟ ରଖିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। କାର୍ଯ୍ୟକାଳ ଶେଷ ଦିନରେ ବାଇଡେନ ଆମେରିକାବାସୀଙ୍କୁ ଏକ ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ଯେ କିଛି ଅତି ଧନୀଙ୍କ ପାଖରେ କ୍ଷମତା ରହିବା ଆମେରିକା ପାଇଁ ବିପଦ ହୋଇପାରେ । ଆମେରିକାରେ ରାଷ୍ଟ୍ରପତି ଭାବେ ବାଇଡେନ ଦେଶବାସୀଙ୍କ ନିକଟରେ ଅନ୍ୟମାନଙ୍କ ଭଳି ଲୋକପ୍ରିୟ ହୋଇପାରି ନଥିଲେ ।

ଜାନୁଆରୀ ୨୦ରେ ଆମେରିକାର ସମୟ ଦ୍ୱିପ୍ରହରରେ ଶପଥ ଗ୍ରହଣ ଆରମ୍ଭ ହେବ ।
ସ୍ତ୍ରୀ ମେଲାନିଆ ଟ୍ରମ୍ପଙ୍କ ହାତରେ ବାଇବେଲ ଏବଂ ଆମେରିକାର ସମ୍ବିଧାନ ରହିବ । ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ହାତ ରଖିବେ ଏବଂ ସମ୍ବିଧାନର ସୁରକ୍ଷା ତଥା ତାଙ୍କ କର୍ତ୍ତବ୍ୟ ପାଳନ କରିବାକୁ ଶପଥ ନେବେ । ପରେ ଟ୍ରମ୍ପ କ୍ୟାପିଟାଲ ହିଲ ବିଲ୍ଡିଂରେ ଥିବା ରାଷ୍ଟ୍ରପତିଙ୍କ କୋଠରୀକୁ ଯାଇ କାର୍ଯ୍ୟ ଆରମ୍ଭରେ ପ୍ରଥମ ଫାଇଲରେ ଦସ୍ତଖତ କରିବେ ।
ପରମ୍ପରା ଅନୁଯାୟୀ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ପୁରାତନ ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ରହିଥାନ୍ତି । କିନ୍ତୁ ୨୦୨୦ରେ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ସେ ଯୋଗ ଦେଇନଥିଲେ । ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ପରି ସେ ତାଙ୍କ ଉତ୍ତରାଧିକାରୀ ଜୋ ବାଇଡେନଙ୍କ ପାଇଁ ଏକ ଚିଠି ଲେଖି ହ୍ବାଇଟ ହାଉସରେ ଅବସ୍ଥିତ ଓଭାଲ ଅଫିସର ରାଷ୍ଟ୍ରପତିଙ୍କ ଟେବୁଲରେ ରଖିଥିଲେ ।












Click it and Unblock the Notifications