ଦକ୍ଷିଣ ସୀମାରେ ଏମର୍ଜେନ୍ସିର ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ
ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ବଡ଼ ଘୋଷଣା କେଲେ ଡୋନାଲ୍ଡ ଟ୍ରମ୍ପ । ଦକ୍ଷିଣ ସୀମାରେ ଏମର୍ଜେନ୍ସିର ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଗ୍ରୀନ୍ ନ୍ୟୁ ଡିଲ୍ ସମାପ୍ତ କରିବେ ଏବଂ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଏବଂ ଅଟୋମୋବାଇଲ୍ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଜାତୀୟ ଶକ୍ତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ସୋମବାର ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରିବା ସମୟରେ ତାଙ୍କର ପ୍ରଥମ ଭାଷଣରେ ଅନେକ ବଡ଼ ଘୋଷଣା କରିଥିଲେ। ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ଆମେରିକାରେ ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ଆତଙ୍କବାଦୀ ଘୋଷଣା କରାଯିବ। ଅବୈଧ ପ୍ରବାସୀମାନଙ୍କୁ ବାହାର କରିଦିଆଯିବ। ଏହା ସହିତ ସେ ମେକ୍ସିକୋ ସୀମାରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଟ୍ରମ୍ପ ।












Click it and Unblock the Notifications